ଗଣମାଧ୍ୟମ ପ୍ରତିନିଧିଙ୍କୁ ଯାଜପୁର ରୋଡ଼ ଏସ୍ଡ଼ିପିଓ କେଦାରନାଥ ସାହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଦୁର୍ବ୍ୟବହାର

ଯାଜପୁର, (ଓଡିଆ ପୁଅ/ମାନସ ରାଉତ)ଏକ ହତ୍ୟା ଘଟଣାର ଖବର ସଂଗ୍ରହ ପାଇଁ ଯାଜପୁର ରୋଡ଼ ଥାନାକୁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଜି ଯାଜପୁର ରୋଡ଼ ଏସ୍ଡ଼ିପିଓ କେଦାରନାଥ ସାହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଏବଂ ମାନସମ୍ମାନ ରକ୍ଷା ନିମନ୍ତେ ସାମ୍ବାଦିକମାନେ ଥାନା ସାମ୍ନାରେ ଦେଢ଼ ଘଣ୍ଟା ହେଲା ଧାରଣାରେ ବସିଛନ୍ତି ! ପୋଲିସ ଅଧିକାରୀଙ୍କ ଏଭଳି ଆଚରଣ କେବେ ବି ତ ଗ୍ରହଣୀୟ ନୁହେଁ ବରଂ ନିହାତି ନିନ୍ଦନୀୟ ଅଟେ ! ଏଥିରୁ ବୁଝନ୍ତୁ, ଯେଉଁଠି ସାମ୍ବାଦିକ ମାନେ ରହମାନ ପଡୁନାହାନ୍ତି ତ ସେ ଜିଲ୍ଲାରେ ସାଧାରଣ ଜନତା ପୋଲିସଠାରୁ କିଭଳି ବ୍ୟବହାର ପାଉଥିବେ ?

Leave a Reply

Your email address will not be published. Required fields are marked *