ଅନୁଗୁଳ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ ଓ ମାଡ଼ପିଟ ଅଭିଯୋଗ

ତାଳଚେର,୧୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏକ ଦୈନିକ ଖବରକାଗଜ ପ୍ରତିନିଧିଭାବେ କାର୍ଯ୍ୟ କରୁଥିବା ହିମାଂଶୁ ଶେଖର ଗଡ଼ନାୟକଙ୍କୁ ଗୁରୁବାର ମଧ୍ୟାହ୍ନରେ କେତେକ ବ୍ୟକ୍ତି ଗାଳି ଦେଇ ମାଡ଼ ମାରିଥିବା ନେଇ ସେ ତାଳଚେର କୋଲିୟରୀ ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀ ଗଡ଼ନାୟକ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଡେରାସ୍ଥିତ ଦୂର୍ଗା ମଣ୍ଡପ ଛକରେ ବସିଥିବା ବେଳେ ଅବନୀ ସାହୁ,ମହର୍ଗା ସାହୁଙ୍କ ସମେତ ଅନ୍ୟ ୫ ଜଣ ହଠାତ ସେଠାରେ ପହଂଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ମାଡ଼ ମାରିଥିଲେ । ସେମାନେ ମୋବାଇଲ ଛଡ଼ାଇ ନେବାସହ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଏ ସମସ୍ତ ଘଟଣା ସମ୍ପର୍କରେ ଶ୍ରୀ ଗଡ଼ନାୟକ ତାଳଚେର କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ହିମାଂଶୁଙ୍କ ଅଭିଯୋଗ ଅନୁସାରେ କୋଲିୟରୀ ପୋଲିସ ପକ୍ଷରୁ ଅବନୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କେଶ ନଂ୧୦୫/୧୮ରେ ଦଫା ୩୪୧,୨୯୪, ୩୨୩, ୫୦୬ ଓ ୩୨ ଆଇପିସି ଧାରାରେ ମାମଲା ରୁଜୁ କରିଛି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏପରି ଆକ୍ରମଣକୁ ନିନ୍ଦା କରାଯିବାସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହୋଇଛି । ଅପରପକ୍ଷରେ ଶ୍ରୀ ଗଡ଼ନାୟକ ତାଙ୍କୁ ଗାଳିଗୁଲଜ କରିବାସହ ତାଙ୍କର ବ୍ୟବସାୟ ବନ୍ଦ କରିଦେବା ଓ ମାରି ଦେବାକୁ ଧମକ ଦେଉଥିବା କଥାକୁ ନେଇ ଶ୍ରୀ ଅବନୀ ସାହୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅବନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଶ୍ରୀ ଗଡ଼ନାୟକ ବିରୁଦ୍ଧରେ  କେଶ ନଂ ୧୦୬/୧୮ରେ ଦଫା ୩୪୧,୨୯୪,୩୨୩ ଓ ୫୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top