ଗଣମାଧ୍ୟମର ଭୂଲ ସମ୍ବାଦ ପରିବେଷଣକୁ ବିଜେପି ଓବିସି ମୋର୍ଚ୍ଚାର ଖଣ୍ଡନ ବନ୍ଦନା ଦାସ ବିଜେପି ଦଳର ସଦସ୍ୟା ନୁହଁନ୍ତି : ଓବିସି ମୋର୍ଚ୍ଚା

ଭୁବନେଶ୍ୱର, ତା ୦୮/୦୩ (ଓଡ଼ିଆ ପୁଅ) : ଆଜି ବିଜେଡିରେ ଯୋଗ ଦେଇଥିବା ବନ୍ଦନା ଦାସ ବିଜେପି ଦଳର ନୁହଁନ୍ତି। ସେ କେବେ ବି ଓବିସି ମୋର୍ଚ୍ଚାର ସଭାନେତ୍ରୀ ନଥିଲେ। କିନ୍ତୁ ଆଜି କିଛି ଗଣମାଧ୍ୟମ ଶ୍ରୀମତି ଦାସଙ୍କୁ ବିଜେପି ଓବିସି ମୋର୍ଚ୍ଚାର ସଭାନେତ୍ରୀ ଭାବେ ଚିତ୍ରଣ କରି ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି। ଏମିତିକି କିଛି ଗଣମାଧ୍ୟମ ନିଜ ଟୁଇଟର ଆକାଉଂଟରେ ମଧ୍ୟ ଏଭଳି କପୋଳକଳ୍ପିତ ଖବରକୁ ଟୁଇଟ କରିଛନ୍ତି। ଏହା ସଂପୂର୍ଣ୍ଣରୂପେ ମିଥ୍ୟା ଏବଂ ଭିତିହୀନ ଖବର। ରାଜ୍ୟ ବିଜେପିରେ ସେମିତି କୈାଣସି ମହିଳା ବିଜେପି ନେତ୍ରୀ ନଥିଲେ।

ଅନ୍ୟପଟେ ଖବରର ସତ୍ୟାସତ୍ୟ ସଂପର୍କରେ ନଜାଣି ଭୂଲ ଖବର ପରିବେଷଣ ନକରିବାକୁ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସଂଜୟ ସାହୁ ସମସ୍ତ ଗଣମାଧ୍ୟମଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *