ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ,ପ୍ରଜ୍ଞାପନ ମେଢକୁ ଗୁରୁତ୍ୱ

ବୌଦ୍ଧ,୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ୬୯ ତମ ଗଣତନ୍ତ୍ର ଦିବସକୁ ସଫଳତା ସହ ପାଳନ କରିବା ପାଇଁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସୁଚନା ଓ ଲୋକ ସଂର୍ପକ ଅଧିକାରୀ ଶିଶିର କୁମାର ସାହୁ ଗଲା ବର୍ଷର ଆୟବ୍ୟୟ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲପାଳ ତରଣୀସେନ ନାଏକ, ପି.ଡି. ଡିଆରଡିଏ ରାଜେନ୍ଦ୍ର ପଟନାୟକ, ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ, ବୌଦ୍ଧ ବିଜ୍ଞାପିତଅଞ୍ଚଳ ପରିଷଦ ଅଧକ୍ଷା ଦିପ୍ତିପ୍ରଭା ସ୍ୱାଇଁ ଯୋଗ ଦେବା ସହ ଜିଲାର ସମସ୍ତ ବିଭାଗର ପଦାଧିକାରୀ, ବୁଦ୍ଧିଜୀବୀ, ବ୍ୟବସାୟୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ବେସରକାରୀ ଅନୁଷ୍ଠାନ ଗୁଡିକର କର୍ମକତ୍ତା ମାନେ ଯୋଗ ଦେଇଥିଲେ । ଏହି ଗଣତନ୍ତ୍ର ଦିବସ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ ହେବ ଏବଂ ଏ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନ ବାର୍ତ୍ତା ନେଇ ଅଧିକ ସଂଖ୍ୟାରେ ପ୍ରଜ୍ଞାପନ ମେଢ କରାଯିବାକୁ ଜିଲାପାଳ ମଧୁସୁଦନ ମିଶ୍ର ଗୁରୁତ୍ୱ ପ୍ରଦାନ କରିଥିଲେ । ସକାଳ ୪.୩୦ ମିନିଟ ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ସହର ସାରା ରାମଧୁନ ଗାନ କରାଯିବା ସହ, ସକାଳ ୭ ଟାରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯିବ, ସହରରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୁର୍ତ୍ତିୀରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ମାଲ୍ୟାର୍ପଣ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସହରରରେ ପ୍ରଭାତ ଫେରି, ସକାଳ ୮.୩୦ ମିନିଟରେ ଜିଳାସ୍ତରୀୟ ପତାକା ଉତ୍ତୋଳନ ଓ ପ୍ୟାରେଡ, କୌତୁକିଆ ଖେଳ ପ୍ରର୍ଦଶନ,ପ୍ରଜ୍ଞାପନ ମେଢ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜେଲ, ମେଡିକାଲ, ଭିନ୍ନକ୍ଷମ ବିଦ୍ୟାଳୟରେ ଫଳ ବଣ୍ଟନ କରାଯିବ , ରକ୍ତ ଭଣ୍ଡାରରେ ରକ୍ତ ଦାନ ଶିବିର, ପୁଷ୍ପ ପ୍ରଦର୍ଶନୀ, କବିତା ପାଠୋସôବ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ଉପଜିଲାପାଳ ଏନସିଜ୍ୟୋତି ରଂଜନ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *