ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ସଭା

ରାଉରକେଲା/୧୪/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ଗତକାଲି ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଇଡିଏଲ ଅତିଥି ଭବନ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂସଦର ସଭାପତି ଅରୁଣ କୁମାର ପରିଡ଼ା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଗଣକବିଙ୍କ ପୂଣ୍ଣ୍ୟ ଜନ୍ମମାଟି ମାହାଙ୍ଗା ଅଂଚଳର ଶତାଧିକ ଅଂଚଳବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ସୁବ୍ରତ ତରାଇ ଶ୍ରୀ ଜେନାଙ୍କୁ ପୁଷ୍ପମାଳ ଓ ଉପଢୌକନ ପକାଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ଉତରରେ ମନ୍ତ୍ରୀ ଶ୍ରୀ ଜେନା କହିଲେ, ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ମତେ ଯେଉଁ ସମ୍ବର୍ଦ୍ଧିତ କରାଗଲା । ସେଥିପାଇଁ ସଂସଦର ସମସ୍ତ କର୍ମକର୍ତାଙ୍କ ପାଖରେ ମୁଁ କୃ୍ତଜ୍ଞ । ଗଣକବି କେବଳ ରାଜ୍ୟର ନୁହନ୍ତି, ସେ ଦେଶର ସାହିତ୍ୟ, ସଂସ୍କୃତି ଓ ଗୀତୀନାଟ୍ୟ ଜଗତର ଉଜ୍ଜଳ ତାରକା । ତାଙ୍କ ନାମରେ ନାମିତ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଉରକେଲା ଭଳି କିଛି ଉପାନ୍ତ ଅଂଚଳରେ ଜନହିତକର କାର୍ଯ୍ୟ କରିବା ପାଇଁ ସେ ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସେ ରାଜ୍ୟରେ ସୃଷ୍ଟି ହେଉଥିବା ଡାକ୍ତର ଅଭାବ ପ୍ରସଙ୍ଗରେ କହିବା ସହ ତାର ପ୍ରତିକାର ପାଇଁ ରାଜ୍ୟ ସରକାର ଖାଲିଥିବା ଡାକ୍ତର ପଦବୀ ଖୁବ ଶିଘ୍ର ପୂରଣ ହେବା ସହ ରାଉରକେଲାରେ ସ୍ୱାସ୍ଥ୍ୟର ସମସ୍ୟା ଦୂର କରିବା ପାଇଁ ବଦ୍ଧପରିକର । ମାହାଙ୍ଗାବାସୀଙ୍କ ମୋ ପ୍ରତି ସେହ୍ନ, ଶ୍ରଦ୍ଧା, ଶୁଭେଚ୍ଛା ଓ ଆର୍ଶୀବାଦ ମୁଁ କେବେ ଭୁଲି ପାରିବି ନାହିଁ ବୋଲି ମନ୍ତ୍ରୀ ଭାବବିହ୍ୱଳ ହୋଇ ମନ୍ତବ୍ୟ ଦେଇଥିଲେ । ସେ ଅନୁଷ୍ଠାନର ଉତରୋତର କାମନା କରିଥିଲେ । ବିଧାୟକ ସୁବ୍ରତ ତରାଇ ତାଙ୍କ ବକ୍ତ୍ୟବରେ କହିଲେ, ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଦେବା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭଳି ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ଚୟନ କରିଛନ୍ତି । ସେଥିପାଇଁ ମୁଁ ଅନୁଷ୍ଠାନର କର୍ମକର୍ତାଙ୍କୁ ସାଧୁବାଦ ଜଣାଉଛି । ସେ କହିଲେ, ଗଣକବି କେବଳ ରାଜ୍ୟର ନୁହନ୍ତି, ସମଗ୍ର ଦେଶର ସାଂସ୍କୃତିକ ସ୍ପର୍ଦ୍ଧା ଓ ସ୍ୱାଭିମାନ । ଅନୁଷ୍ଠାନର ସମସ୍ତ ଗଠନମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟ କରିବାକୁ ବିଧାୟକ ସହମତି ପ୍ରକାଶ କରିଥିଲେ । ଅନୁଷ୍ଠାନ ସଭାପତି ଅରୁଣ କୁମାର ପରିଡା ଦକ୍ଷିଣ ରାଉରକେଲା ଅଂଚଳରେ ଏକ ସରକାରୀ ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନୁଷ୍ଠାନର ସଂପାଦକ ମନୋଜ କୁମାର ସାମଲ ମାନପତ୍ର ପାଠ କରିଥିଲେ । ଶଖଂନାଦ ହୁଳହୁଳି ଓ ଗୀତାପାଠରେ ସଭାଗୃହଟି ପ୍ରକମ୍ପିତ ହୋଇ ଉଠିଥିଲା । ଉପସଭାପତି କୃଷ୍ଣଚନ୍ଦ୍ର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଅନ୍ୱେଷଣର ସମ୍ପାଦିକା ସଚଳା ପଣ୍ଡା ମନ୍ତ୍ରୀଙ୍କୁ ଉପଢୌକନ ପ୍ରଦାନ କରି ସଂସ୍କୃତିସମ୍ପନ୍ନ ଏକ ଟ୍ରଫି ପ୍ରଦାନ କରିଥିଲେ । ରାଉରକେଲା ପୂଜ୍ୟପୂଜା ପରିଷଦ, ଉକôଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ, ସ୍ୱପ୍ନେଶ୍ୱର କ୍ଲବ, କଳିଙ୍ଗ କ୍ଲବ. ସୃଜନୀ ସାହିତ୍ୟ ସଂସଦ, ଗୁରୁ ଗୋମକେ କଲଚରାଲ ଅନୁଷ୍ଠାନ, ଦକ୍ଷିଣ ରାଉରକେଲା ଯାଦବ ମହାସଂଘ, ଦକ୍ଷିଣ ରାଉରକେଲା ଉନ୍ନୟନ ପରିଷଦ, ସେକ୍ଟର-୨୨ ଏମୋପ୍ଲୋଇଜ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ କର୍ମକର୍ତା ମାନେ ମନ୍ତ୍ରୀ ଶ୍ରୀ ଜେନାକୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ବିଜେଡି ରାଜ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ରବି ଦେହୁରୀ, ପ୍ରମୁଖ ମଂଚାଶୀନ ଥିବା ବେଳେ ବିଶିଷ୍ଟ ସାହିତି୍ୟକ ତଥା ପୁରୀ ଜିଲ୍ଲା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଆଇଡିଏଲର ବରିଷ୍ଠ ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ମିହିର କୁମାର ସାହୁ, ମୋହିନୀ ନାୟକ,ସନାତନ ସାହୁ, ଶ୍ରୀନାଥ ନାୟକ, ଡ. ବିଷ୍ଣୁପ୍ରୀୟା ସାହୁ, ଡ. ରାହାସବିହାରୀ ମହାପାତ୍ର,ସରସ୍ୱତୀ ସିଂ, ଚମର ସିଂ ମୁଣ୍ଡାରୀ , ମୀନତୀ ବିଶ୍ୱାଳ, ଆରତୀ ଚୌଧୁରୀ, ସୁଶାନ୍ତ ମହାପାତ୍ର, ଅନୀଲ ମଲ୍ଲିକ, ସଂଧ୍ୟା ଲାକ୍ରା, ରବିନ୍ଦ୍ର ବେହୁରିଆ, ଧନେଶ୍ୱର ସାହୁ, ଝାନ ମୂର୍ମୁ, ଲକ୍ଷ୍ମୀ ହାସଁଦା, ସଂଜୟ ଦାସ, ସୁଦାମ ଦାଶ, ଅକ୍ଷୟ କୁମାର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଗଣକବି ବୈଷ୍ଣବ ପାଣିଙ୍କ ଫଟୋଚିତ୍ରରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କଳିକା ଅନୁଷ୍ଠାନ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ବନେ୍ଦ ଉକôଳ ଜନନୀ ଗାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସହସମ୍ପାଦକ ଦୁର୍ଯେ୍ୟାଧନ ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *