ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନାରୀଶିକ୍ଷାର ଅଭିବୃଦ୍ଧି ସାଂଗକୁ କନ୍ୟା ସନ୍ତାନଙ୍କୁ ନିର୍ଯ୍ୟାତନା ବିରୋଧରେ ଆଜି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁ ସ୍ଥିତ ଆଦିବାସୀ ଭବନଠାରେ ଭୁବନେଶ୍ୱର କିସ ତରଫରୁ କନ୍ୟାକିରଣ ଅଭିଯାନ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ କିସର ୨୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନୂଆପଡା ଜିଲାକୁ ଗ୍ରସ୍ତ କରି ଆଦିବାସୀ ଅଧ୍ୟୁଷିତ ସୁନାବେଡା ଅଭୟାରଣ୍ୟ ବିଭିନ୍ନ ଗାଁକୁ ଯାଇ ନାରୀ ଶିକ୍ଷା ଅଭିବୃଦ୍ଧି ଏବଂ କନ୍ୟା ସନ୍ତାନଙ୍କୁ ନିର୍ଯ୍ୟାତନା ବିରୋଧରେ ସଚେତନତା ର୍ୟାଲି ଓ ସଭାସମିତି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଏହି ପରପ୍ରେକ୍ଷୀରେ ଆଜି ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁ ସ୍ଥିତ ଆଦିବାସୀ ଭବନଠାରେ କିସରୁ ଆସିଥିବା ଶିକ୍ଷକ ଶରତ ସାବତଙ୍କ ସଭାପତିତ୍ୱରେ ଆୟୋଜିତ କନ୍ୟା କିରଣ ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ନ ଶବର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କୁନୁ କରୁଆଁ, ଆଦିବାସୀ ସଭାନେତ୍ରୀ ଜେମାମଣି ଧରୁଆ, ପୂର୍ବତନ ଜିଲାପରିଷଦ ସଦସ୍ୟ ଶ୍ରୀକାନ୍ତ ମାଝି, ଖଡିଆଳ ବ୍ଲକ ଆଦିବାସୀ ସଂଘ ସଭାପତି କାର୍ତିକେଶ୍ୱର ମଲ୍ଲିକ, ବୋଡେନ ବ୍ଲକ ଆଦିବାସୀ ସଂଘର ସଭାପତି ହେମ ମାଝି, ମହିଳା ନେତ୍ରୀ ମମତାଂଜଳି ମାଝି ପ୍ରମୁଖ ଯୋଗଦେଇ କନ୍ୟା କିରଣ ଅଭିଯାନ ସଂପର୍କରେ ଲୋକଙ୍କୁ ଅବଗତ କରିଛନ୍ତି। ଏଥିସହ ଚଳିତ ବର୍ଷ କିସରେ ନୂଆପଡା ଜିଲାରୁ ଅଧିକ ସଂଖ୍ୟାରେ କିଭଳି ଆଦିବାସୀ ଶିଶୁ କନ୍ୟା ଅଧିକ ସଂଖ୍ୟାରେ ନାମ ଲେଖାଇ ପାଠ ପଢିବେ ସେନେଇ ଆଲୋଚନା ହୋଇଥିଲା। ନୂଆପଡା ଜିଲା ଭଳି ଅନୁନ୍ନତ ଅଂଚଳରେ କିସ ପକ୍ଷରୁ କନ୍ୟା କିରଣ ସଚେତନତା ଅଭିଯାନ ଆୟୋଜନ କରିଥିବାରୁ କିସ ଓ କିଟର ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କୁ ସ୍ଥାନିୟ ଆଦିବାସୀ ଲୋକମାନେ ଭୂୟଂସି ପ୍ରସଂଶା କରିଛନ୍ତି। ଏହି ଅବସରରେ ଶ୍ରୀକାନ୍ତ ମାଝୀ, ପଙ୍କଜିନି ଶବର, ଲାଲଧିର ଶରବର, ଲିଙ୍ଗରାଜ ମାଝୀ, ପାଦ୍ମନାଭ ମାଝୀ, ଡୋଲାମଣୀ ସିଂ ମାଝୀ, ତ୍ରିଲୋଚନ ମାଝୀ, ଜୟସିଂ ଧରୁଆ, ଶସିଭୂଷଣ ମାଝୀ, ଅଖିଳ ଶବର, ଶଦାସିଂ ଭୋଇ, ନବିନ ଶବର, ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କିସ ଛାତ୍ର ହେମସିଂ ମାଝି ସଭାକୁ ପରିଚାଳନା କରିଥିବା ବେଳେ ପରିଶେଷରେ ଶିକ୍ଷୟତ୍ରୀ ଲୁସି ପ୍ରିୟଦର୍ଶିନୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
