ଜିଲ୍ଲା ପରିକ୍ରମା

ଗଡିଲା ପାଣି ପଂଚାୟତ ରଥ

ପୁରୀ, ୧୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପାଣି କୁ ନଷ୍ଟ ନକରିବା, ସେଚିତ ଜଳର ଉପଯୁକ୍ତ ବିନିଯୋଗ ଏବଂ ଜଳକଷୁ ସଂର୍ପକରେ ସଚେତନତା ଉଦ୍ଦେଶ୍ୟରେ ଜାନୁଆରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳିତ ହୋଇଛି ପାଣି ପଂଚାୟତ ପକ୍ଷ। ଚାଷୀମାନଙ୍କୁ ଏଦିଗରେ ସଚେତନ କରିବା ପାଇଁ ଏହି ପରିପେକ୍ଷୀରେ ପ୍ରତ୍ୟେକ ବର୍ଷ ଗଡୁଛି ପାରି ପଂଚାୟତ ସଚେତନ ରଥ। ମଙ୍ଗଳବାର ପୁରୀରେ ଜିଲ୍ଲାସ୍ତରୀୟ ପାଣି ପଂଚାୟତ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରୁ ବାହାରୀ ଥିବା ବିଭିନ୍ନ ସ୍ଥାନକୁ ଗସ୍ତ କରିବ। ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଏହି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଉପଜିଲ୍ଲାପାଳ ମଧୁସୂଧନ ଦାସ, ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆର୍ତତ୍ରାଣ ବେହେରା, ନିମାପଡା ଏସଡିଓ ଅମରେନ୍ଦ୍ର ଭୂୟାଁ, କ୍ରୀଡା ଓ ଉଠାଜଳ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପାନୀୟ ଜଳର ଉପଯୁକ୍ତ ବ୍ୟବହାର ଓ ଏହାକୁ ନଷ୍ଟ ନକରିବା ପାଇଁ ଏହି ରଥ ଗାଁ, ଗାଁରେ ବୁଲି ବାର୍ତ୍ତା ପ୍ରଚାର କରିବ। ଦୀର୍ଘ ୧୫ ଦିନ ମଧ୍ୟରେ ବିଭିନ୍ନ ବ୍ଲକ ଓ ପଂଚାୟତକୁ ଯାଇ ଏହା ଚାଷୀ ମାନଙ୍କୁ ସଚେତନ କରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top