ad
କେନ୍ଦୁଝର

ଗଡଚଣ୍ଡୀରେ ମକର ମେଳା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ହାଟଡ଼ିହି, ୧୪/୧ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠରେ ପ୍ରସିଦ୍ଧ ମକର ମେଳା ଆରମ୍ଭ ହୋଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି।

ଗିରି ନିର୍ଝରର ଝରଝର ନାଦରେ ବନ୍ୟ ପୁଷ୍ପର ଶୋଭା ଶମ୍ଭାରରେ ଗୀରୀ ଗୁମ୍ଫାର ଗମ୍ଭୀରା ଭିତରେ ବିରାଜିତ ମା ଗଡଚଣ୍ଡଚଣ୍ଡୀଙ୍କ ନିକଟରେ ତିନିଦିନ ଧରି ଚାଲୁଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ଭାଗନେଇ ନିଜ ନିଜର ମାନସିକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ରବିବାର ଭୋର ସମୟରୁ କଳଶ ଶୋଭାଯାତ୍ରା କରାଯାଇ ମାଙ୍କ ପୀଠରେ କଳଶ ସ୍ଥାପନ କରାଯିବା ପରେ ରୀତିନୀତି ମତେ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହିତ ଗୀତାଯଜ୍ଞ ଆରମ୍ଭ କରାଯାଇଛି। ପଣ୍ଡିତ ସୁରେନ୍ଦ୍ର ଦାଶ, ଉପେନ୍ଦ୍ର ଦାଶ, ନରେନ୍ଦ୍ର ଦାଶ, କାଠିଆ ପଣ୍ଡା, ବିଶ୍ୱଜିତ ଦାଶ ପ୍ରମୁଖଙ୍କ ବେଦମନ୍ତ୍ର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଛି। ଏଥିପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମା ଗଡଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି। ମାଙ୍କ ପାଖରେ ତିନିଦିନ ଧରି ଭଜନ ସମାରୋହ ଓ ନାମସଙ୍କିର୍ତ୍ତନ କରାଯିବାର ବ୍ୟବସ୍ଥା କରାଯିବା ସହିତ ଗଡଚଣ୍ଡୀ ଯୁବ ପରିଷଦ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି ମେଳାରେ ବହୁ ଉଠାଦୋକାନୀ ସେମାନଙ୍କ ପସରା ମେଲାଇ ବସିଛନ୍ତି। ପ୍ରବଳ ଜନସମାଗମକୁ ଆଖିରେ ରଖି ଗୁପଚୁପ, ଚାଟ, ମିଠାଦୋକାନ, ଭୋଗ ଦେକାନ ସାଙ୍ଗକୁ ଅନେକ ଉଠା ହୋଟେଲ ମଧ୍ୟ ଖୋଲା ଯାଇଛି। ଯୁବ ପରିଷଦର ସଦସ୍ୟମାନେ ମେଳା କାର୍ଯ୍ୟ ପରିଚାଳନା କରୁଛନ୍ତି।

ପୁର୍ବରୁ ଏଠାରେ ବର୍ଷକୁ ଦୁଇଦିନ ଯଥା ଦଶହରା ଓ ମକରରେ ମାଙ୍କ ପାଖରେ ବାର୍ଷିକ ପୂଜା କାହିଁ କେଉଁ ଅମଳରୁ ହୋଇଆସୁଥିବାବେଳେ ୧୯୭୮ମସିହାରୁ ଯୁବ ପରିଷଦ ଗଠନ କରାଯାଇ ଏହି ପୂଜାକୁ ଆଧୁନିକ କରଣ କରାଯାଇ ବଳୀ ପ୍ରଥା ବନ୍ଦ କରିବା ସହିତ ମନ୍ଦିରର ଉନ୍ନତି କରଣ କରାଯାଇଛି ବୋଲି ଆଞ୍ଚଳିକ ଯୁବ ପରିଷଦ ସଦସ୍ୟମାନେ କହିଛନ୍ତି। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୋସୋ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top