ଜିଲ୍ଲା ପରିକ୍ରମା

ଗଠନ ହେଲା ଆମ୍ବେଦକର ଦଳିତ ଉନ୍ନୟନ ପରିଷଦ

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକର ରମ୍ଭିଳା ଗ୍ରାମପର୍ଞ୍ଚାୟତରେ ଥିବା ଶିବମୁନି ଆଶ୍ରମ ପ୍ରାଙ୍ଗଣରେ ଦଳିତ ମାନଙ୍କ ସମସ୍ୟା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରସୁଲପୁର ବ୍ଲକ ଆମ୍ବେଦକର ଦଳିତ ଉନ୍ନୟନ ପରିଷଦର ସଭାପତି କୈଳାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ନୂତନ ସଂଘ ଗଠନ କରାଯାଇଥିଲା। ଏହି ସଂଘ ମାଧ୍ୟମରେ ଦଳିତ ମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ଏହି ନବଗଠିତ ସଂଘର କର୍ମକର୍ତ୍ତା ଭାବରେ ଉପଦେଷ୍ଟା ପୁର୍ଣ୍ଣଚନ୍ଦ୍ର ସାହୁ, ପର୍ଶୁରାମ ଯେନା, ରତ୍ନାକର ଯେନା, ଶମ୍ଭୁନାଥ ଯେନା ଓ ଜଗନ୍ନାଥ ଦାସ, ସଭାପତି ଭାବରେ ଚନ୍ଦ୍ର ଶେଖର ଯେନା, ଉପସଭାପତି ଭାବରେ ଜଗନ୍ନାଥ ଦାସ, ସମ୍ପାଦକ ଭାବରେ ପ୍ରଶାନ୍ତ ଦାସ, ସହସମ୍ପାଦକ ଶଶିକାନ୍ତ ଦାସ, କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ଯେନା, ସାଧାରଣ ସମ୍ପାଦିକା ଭାବେ ସରସ୍ୱତୀ ଯେନା, ନାରୀ ସଭାନେତ୍ରୀ ବର୍ଷାରାଣୀ ଯେନାଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇଛି। ସଂଘର କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରଚାର ପ୍ରସାର କରିବାକୁ ନିଷ୍ପତି ନିଆଯାଇଥିଲା। ଶେଷରେ ନବ ଗଠିତ ସଂଗଠନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦିଆଯାଇ ସଭା ସାଙ୍ଗ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top