ଗଞ୍ଜାମ ଜିଲ୍ଲା ଛତ୍ରପୁର ଅବକାରୀ ଅଧିକ୍ଷକଙ୍କ ବିଧାୟକ ପ୍ରୀତି, ଆଠଗଡ଼ ପାଟଣା ବିଦେଶୀ ମଦ ଦୋକାନ କୁ ଉଠାଇ ନେଇ ବିଧାୟକଙ୍କୁ ଭେଟି ଦେବାପାଇଁ ଯୋଜନା !!

ପୋଲସରା ୯ ମଇ (ଓଡ଼ିଆ ପୁଅ/ନୃସିହନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲା ଛତ୍ରପୁର ଅବକାରୀ ଅଧିକ୍ଷକଙ୍କ ବିଧାୟକ ପ୍ରୀତିଯୋଗୁଁ ଆଠଗଡ଼ ପାଟଣା ରେ ଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନ ଟିକୁ ବେଆଇନ ଭାବେ ହାତୀଓଟ କୁ ଉଠାଇନେଇ ବିଧାୟକଙ୍କୁ ଭେଟି ଦେବାପାଇଁ ଯୋଜନା ଚଳାଇଥିବା ଜଣା ପଡ଼ିଛି।ପ୍ରାପ୍ତ ଖବର ଅନୁଯାୟୀ ଯେଉଁସବୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ଗୁଡ଼ିକ ୩୧ ମାର୍ଚ୍ଚ୨୦୧୮ ସୁଦ୍ଧା ତାଙ୍କର ଲାଇସେନ୍ସ ନବୀକରଣ କରିନାହାନ୍ତି ସେହିସବୁ ବିଦେଶୀ ମଦ ଦୋକାନ ଗୁଡିକୁ ତୁରନ୍ତ ଲଟେରୀ ମାଧ୍ୟମରେ ସେଟଲମେଣ୍ଟ କରି ଖିଲିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ-୭୩୦ ତା -୧୧/୦୪/୨୦୧୮ ରିଖ ଅନୁଯାୟୀ ଆଠଗଡ଼ ପାଟଣା ବିଦେଶୀ ମଦ ଦୋକାନ ସମେତ ନଅଗୋଟି ବିଦେଶୀ ମଦ ଦୋକାନରେ ଲଟେରୀ ମାଧ୍ୟମରେ ଟେଣ୍ଡର ପାଇଁ ନୋଟିଫିକେସନ ହୋଇଥିଲା।ଫଳରେ ସମସ୍ତ ଦୋକାନ ପାଈଁ ବିଭିନ୍ନ ଅଞ୍ଚଳରୁ ଆବେଦନ କାରୀମାନେ ଆବେଦନ କରିଥିବା ବେଳେ ଆଠଗଡ଼ ପାଟଣା ବିଦେଶୀ ମଦ ଦୋକାନକୁ ମନ୍ୟବର ଉଚ୍ଚ ନ୍ୟାୟଲୟରୁ ଲଟେରୀ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିଥିବାର ମିଥ୍ୟାଆଳ ଦେଖାଇ ଆଠଗଡ଼ ପାଟଣା ବିଦେଶୀ ମଦ ଦୋକାନ ପାଇଁ ଆବେଦନ କାରୀମାନେ ଆବେଦନ କରିଥିଲେ ମଧ୍ୟ ତାହାକୁ ଲାଟେରୀରୁ ବାଦଦେଇ ଅତୀ ତରବରିଆ ଭାବେ ତା-୨୧/୦୪/୨୦୧୮ ରିଖରେ ଫର୍ମ (A) ନୋଟିସ ମାଧ୍ୟମରେ ଆଠଗଡ଼ ପାଟଣା ବିଦେଶୀ ମଦ ଦୋକାନ ଟିକୁ ହାତୀଓଟ କୁ ସ୍ଥାନାନ୍ତର କରିବା ପାଇଁ ଅବକାରୀ ଅଧିକ୍ଷକ ଫର୍ମ -(A) ନୋଟିସ ବାହାର କରିଛନ୍ତି।ଚଞ୍ଚତା କରି ମନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଲଟେରୀ ବନ୍ଦ କରିବା ପାଇଁ ନିର୍ଦ୍ଧିଷ୍ଟ ଭାବେ କୌଣସି ନିର୍ଦ୍ଧେଶ ନଥିଲେ ମଧ୍ୟ ଅବକାରୀ ଅଧିକ୍ଷକ ବିଧାୟକଙ୍କୁ ବିଦେଶୀ ମଦ ଦୋକାନ ଟିକୁ ଭେଟିଦେବା ଉଦ୍ଧେଶ୍ୟରେ ଜୋରସୋର ଉଦ୍ୟମ ଚଳାଇଥିବା ଜଣା ଯାଇଛି।ଏହିସବୁ କାରବାରରେ ଦିଲ୍ଲୀପ କୁମାର ସାହୁ ନାମକ ଜଣେ ମଦ ମାଫିଆ ମଧ୍ୟସ୍ଥତା କରୁଥିବା ଏବଂ ଆଠଗଡ଼ ପାଟଣାର ବିଦେଶୀ ମଦ ଦୋକାନ ଟିକୁ ବେଆଇନ ଭାବେ ବିଧାୟକଙ୍କ ନିଜଗ୍ରାମ ହାତୀଓଟକୁ ସ୍ଥାନାନ୍ତର କରି ବିଧାୟକଙ୍କୁ ଉପହାର ଦେବା ପଛରେ ଅବକାରୀ ଅଧିକ୍ଷକଙ୍କୁ ଆଗୁଆ ମଧ୍ୟସ୍ଥିଙ୍କ ମାଧ୍ୟମରେ ଏକଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଥିବା ଶୁଣାଯାଉଛି ! ଅନ୍ୟ ପକ୍ଷରେ ଏହି ବେନିୟମ କାର୍ଯ୍ୟ ବିରୁଦ୍ଧରେ ଆବେଦନକାରୀ ମାନେ ମଧ୍ୟ ମନ୍ୟବର ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିବା ଶୁଣିବାକୁ ମିଳୁଛି।ଅବକାରୀ ଅଧିକ୍ଷକଙ୍କ ବିଧାୟକ ପ୍ରୀତିଯୋଗୁଁ ଆଠଗଡ଼ ପାଟଣା ଵିଦେଶୀ ମଦ ଦୋକାନର ଗୁତାଦାର ୨୦୧୭-୧୮ ଓ ୨୦୧୮-୧୯ ରେ ତାଙ୍କରି ଲାଇସେନ୍ସ ନବୀକରଣ କରିନଥିବା ଏବଂMGO ବକେୟା ସାଙ୍ଗକୁ ରାଜ୍ୟ ସରକାରଙ୍କ ରାଜସ୍ଵ ବାବଦରେ ଲକ୍ଷାଧିକ ଟଙ୍କା ବକେୟା ରହିଥିବା ଭଳି ଜଣେ ନୀତି, ନିୟମ, ରାଜସ୍ଵ ଖିଲାପକାରୀଙ୍କ ନାମରେ କିଭଳି ଆଠଗଡ଼ ପାଟଣା ଵିଦେଶୀ ମଦ ଦୋକାନ ଟିକୁ ବେଆଇନ ଭାବେ ହାତୀଓଟକୁ ସ୍ଥାନାନ୍ତର କରିବା ପାଇଁ ଅବକାରୀ ଅଧିକ୍ଷକଙ୍କ ତରବରିଆ ଭାବେ ଲାଗି ପଡିଛନ୍ତି ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *