ଆସିକା ୯-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଂଜାମ ଜିଲ୍ଲା ଆସିକା ଥାନା ଚାରମଇଲ ଛକରେ ଆଜି ଆଉ ଏକ ଏନକାଉଣ୍ଟର ଘଟିଯାଇଛି। ତେବେ ଏହି ଏନକାଉଣ୍ଟର ରାତି ତିନିଘଣ୍ଟାରେ ଘଟିଥିବା ବେଳେ ଏଥିରେ କବିସୂର୍ଯ୍ୟନଗର ଥାନା ବଳିଆପଲ୍ଲି ଗ୍ରାମର କାଳୁ ବିଶ୍ଵାଳର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତା ପାଖରୁ ଗୋଟିଏ ମାଉଜର , ୩ ଟି ଜିବନ୍ତ ଗୁଳି ସମେତ ଗୋଟିଏ ମୋଟରସାଇକେଲକୁ ପୋଲିସ ଜବତ କରିବାରେ ସକ୍ଷମ ହୋଇଛି। ତେବେ କାଳୁ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୩ଟି ହତ୍ୟା ମାମଲା ଥିବା ବେଳେ ବୋମାମାଡ ଦାଦାବଟି ଭଳି ମାମଲା ରହିଛି। ତେବେ ବଡଗଡ ଥାନା ଗାଙ୍ଗପୁର ଗ୍ରାମର ବହୁ ଚର୍ଚ୍ଚିତ ସନିଆ ବିଶୋଇ ହତ୍ୟା କାଣ୍ଡର ସେ ମୁଖ୍ୟ ଅଭିଯୁକ୍ତ ଥିବା ପୋଲିସ କହିଛି। ତାକୁ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Loading...