ଗଜେଂଇ ଜବତ ମାମାଲା,୩ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଖଡିଆଳ/ନୂଆପଡା-୧୨.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ୨୦୧୩ ମସିହା ରେ ଗଜେଂଇ ଚୋରା ଚାଳଣ କରିଥିବା ଅଭିଯୋଗରେ ଗୁରୁବାର ନୂଆପଡା ଜିଲା ଦୈାରା ଜର୍ଜ ଅଶ୍ୱନୀ କୁମାର ଦଳ ବେହେରା ଖଡିଆଳ ସାରକିଟ କୋର୍ଟ ରେ ମାମାଲା ର ଶୁଣାଣୀ କରି ୩ ଜଣ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୧ ଲକ୍ଷ ଟଙ୍କା ଅର୍ଥ ଦଣ୍ଡ ଦେଇ ନପାରିଲେ ପୁଣି ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଏହି ୩ ଜଣ ଅଭିଯୁକ୍ତ ରାମ ରହିମ ତ୍ରୀପାଠୀ ବାପା- ଶିବକ୍ରୀଷ୍ଣ ମଧ୍ୟପ୍ରଦେଶ ,ଶୁଶିଳ କୁମାର ଝରିଆ ବାପା-ରାଧେଲାଲ ମାନତ ପୋଲିସ ଥାନା ମଧ୍ୟପ୍ରଦେଶ ଓ ଦୁର୍ଯୋଧନ ଗଉଡ କେନ୍ଦୁଡୁଙ୍ଗୁରୀ କୋକସରା ବ୍ଲକ ଓଡିଶା ର ବଉଦ ଜିଲାରୁ ୧ କୁଇଣ୍ଟାଲ ୯୦ ଜେଜି ୫୦ ଗ୍ରାମ ଗଜେଂଇ ଏକ ଟାଟା ଇଣ୍ଡିଗୋ ଓ ଏକ ମାରୁତି ଭେନ ଗାଡିରେ ଛତିଶଗଡ ଓ ମଧ୍ୟପ୍ରଦେଶ ରାଜ୍ୟ କୁ ନେଉଥବା ସମୟରେ ନୁଆପଡା ଜିଲା କୋମନା ବ୍ଲକ ବିଲେଇଅଜଂର ଗ୍ରାମ ଠାରେ କୋମନା ପୋଲିସ କୈାଣସି ସୁତ୍ରରୁ ଖବର ପାଇ ଏହି ଗଜେଂଇ କୁ ଜବତ କରି କେଶ ନଂ ଏସ.ଏ. ୧୦/୨୦୧୩ ରେ ଏକମାମଲା ରୁଜ୍ଜୁ କରିଥିଲେ । ଏହି ୩ ଜଣ ଅଭିଯୁକ୍ତ ନୁଆପଡା ଜିଲା ଜେଳରେ ଥିବା ବେଲେ ଗୁରୁବାର ନୁଆପଡା ଜିଲା ଦୈାରା ଜର୍ଜ ଖଡିଆଳ ସାରକିଟ କୋର୍ଟ ରେ ଏହି ମାମାଲା ଫଇସଲା କରି ୩ ଜଣ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ଲେଖାଏଁ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ ଲକ୍ଷ ଟାଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ । ଅର୍ଥ ଅନାଦେୟ ହେଲେ ପୁଣି ୨ ବର୍ଷ ସଶ୍ରମ କାରା ଦଣ୍ଡରେ ଦଣ୍ଡିତ ହେବେ ବୋଲି ରାୟ ଶୁଣାଇଥିଲେ । ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱମଣୀ ପାଣିଗ୍ରାହୀ କେଶପରିଚାଳନା କରିଥିବା ବେଲେ ସରକାରୀ ଓକିଳ ଭାବରେ ଘାସିରାମ ବାଗ କେଶ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *