ଓଡ଼ିଶା

ଗଜେଂଇ ଚୋରାଚାଲାଣ କାରିଙ୍କୁ ୧୦ବର୍ଷ କାରାଦଣ୍ଡ,୧ଲକ୍ଷଟଙ୍କା ଜରିମାନା

ମାଲକାନଗିରି,୧୨ା୯ (ଓଡିଆ ପୁଅ ) ଏକ ଗଜେଂଇ ଚୋରା ଚାଲାଣ ମାମଲାର ଆଜି ବିଚାର କରି ମାଲକାନଗିରି ଜିଲ୍ଲା ଦୌରାଜଜ ମାନସକୁମାର ମିଶ୍ର ଜଣେ ଚୋରାଗଜେଂଇ ବେପାରିଙ୍କୁ ୧୦ବର୍ଷକାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୭ ମସିହା ଅକ୍ଟୋବର ୨୫ତାରିଖଦିନ ମାଲକାନଗିରି ଜିଲ୍ଲା ଏମଭି୩୫ ଗ୍ରାମର ତରୁଣ ଦେବନାଥ ନାମକ ଯୁବକ ଜିଲ୍ଲା ସଦର ମହକୁମା ସ୍ଥ ଝାଟିମାଟି କଲୋନି ଠାରେ ରହିଥିବା ବେଳେ ସେ ଗଜେଂଇ ନେଇ ଚୋରାଚାଲାଣ କରିବା ପାଇଁ ମାଥିଲି ଠାରେ ଗାଡିକୁ ଜଗିଥିବା ସମୟରେ ଜିଲ୍ଲାଅବକାରି ବିଭାଗ କର୍ମଚାରି ମାନେ ତାଙ୍କୁ ଗିରଫ କରିଥିଲେ ।ତାଙ୍କ ଠାରୁ ୨୪କେଜି୨୫୦ଗ୍ରାମ ଗଜେଂଇ ଜବତ ହୋଇ ତରୁଣଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିଲା ।ସେହି ମାମଲାର ଆଜି ଜିଲ୍ଲାଦୌରାଜଜ କୋର୍ଟରେ ଥିଲା,ସମସ୍ତ ଶାକ୍ଷିପ୍ରମାଣ ସହିତ ଜିଲ୍ଲାଦୌରାଜଜ ଏହି ମାମଲା ର ବିଚାର କରି ତରୁଣ ଦେବାନାଥଙ୍କୁ ୧୦ବର୍ଷକାରାଦଣ୍ଡ ସହିତ ୧ ଲକ୍ଷଟଙ୍କା ଜରିମାନା ଧାର୍ଯ୍ୟକରିଛନ୍ତି । ଜରିମାନେ ଅନାଦେୟ ହେଲେ ଅଧିକ ୬ମାସ କାରଦଣ୍ଡ ରେ ଦଣ୍ଡିତ ହେବେ ବୋଲି ସରକାରି ଓକିଲ ବିଜୟକୁମାର ମହାନ୍ତି ସୁଚନାଦେଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top