ଓଡ଼ିଶା

ଗଜା ମୁଗ ଖାଇ ୧୫ ଶିଶୁ ଅସୁସ୍ଥ

ଖୋର୍ଦ୍ଧା ୧୯-୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେନଡେ ପଞ୍ଚାୟତ ଆସେଲି ଭଡା ଅଙ୍ଗନବାଡି କେନ୍ଦ୍ରରେ ଗଜାମୁଗ ଖାଇ ୧୫ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଖୋର୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ଅଙ୍ଗନବାଡି କେନ୍ଦ୍ରକୁ ୨୦ ଜଣ ଶିଶୁ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ। ସେଥି ମଧ୍ୟରୁ ୧୫ ପିଲା ଗଜାମୁଗ ଖାଇଥିଲେ ତାହା ପରେ ପ୍ରଥମେ ତାଙ୍କର ଝାଡାବାନ୍ତି ହୋଇଥିଲା। ଆଜି ସକାଳୁ ଝାଡାବାନ୍ତି ସହ ଜ୍ୱର ହେବାରୁ ତାଙ୍କୁ ପ୍ରଥମେ ନିରାକାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାହା ପରେ ଗୁରୁତର ହେବାରୁ ଖୋର୍ଦ୍ଧାର ଜିଲ୍ଲା ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଥାଉକି ଅଙ୍ଗନବାଡ଼ି ରେ ପାଚିକା ମାନେ ଗଜାମୁଗ ନଦେଇ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଏହି ଗଜା ମୁଗ ଦେଉଥିଲେ।ଡାକ୍ତର କହିବା କଥା ଫୁଡପୟଜନ ହୋଇ ଏପରି ହୋଇଛି।ଆଜି ସନ୍ଧ୍ୟା ସମୟରେ ସିଡିପିଓ ଖୋର୍ଦ୍ଧାର ଜିଲ୍ଲାପାଳ ନିର୍ମଳ ମିଶ୍ର ଅସୁସ୍ଥ ଶିଶୁମାନଙ୍କୁ ଭେଟି ସ୍ୱାସ୍ଥ୍ୟସେବା ସହ ସ୍ୱାସ୍ଥ୍ୟ ଅବସ୍ଥା ଡାକ୍ତର ମାନଙ୍କ ଠାରୁ ବୁଝିଥିଲେ।

ଘଟଣା ତଦନ୍ତ କରିବା ସହ ଦୋଷୀ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ସେହିପରି ବିଜେପି ପ୍ରତିନିଧି ଦଳ ଘଟଣା ସ୍ଥଳକୁ ଯାଇ ଅସୁସ୍ଥ ଶିଶୁ ମାନଙ୍କୁ ଫେରିଥିଲେ। ବିଜେପି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ସହ ଅବସର ନୌସେନା ଅଧିକାରୀ ସୁରଜିତ୍ ରାୟ ଭେଟିଥିଲେ। ଘଟଣା ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top