ଅନୁଗୁଳ

ଗଜାନନ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

ଅନୁଗୋଳ/୧୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅସାବଧାନତା ଯୋଗୁଁ ଗଲା ଜଣେ ଛାତ୍ରଙ୍କ ଅକାଳ ଜୀବନ l ଗଜାନନଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏଭଳି ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନାରୁ ଅନୁଗୋଳ ଜିଲ୍ଲା ନିଶା ଥାନା ଅଧିନସ୍ଥ ଉଚ୍ଚବିଦ୍ୟାଳୟରେ ଆଜି (ରବିବାର) ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଯାଇଥିଲେ। ତେବେ ସେହି ସମୟରେ ୧୦ ଶ୍ରେଣୀର ଛାତ୍ର ଚନ୍ଦନ ପରିଡ଼ା ପାଣିରେ ବୁଡ଼ି ଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top