ଜିଲ୍ଲା ପରିକ୍ରମା

ଗଜାନନଙ୍କ ପୂଜା ଉତ୍ସବରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଣ୍ଡାରିପୋଖରୀ ବ୍ଲକ ରଣଜିତ୍ ପଂଚାୟତ ଶିମିଳିଆ ଗ୍ରାମ ରାଉତ ସାହି ଠାରେ ଏକ ନିଆରା ଢ଼ଙ୍ଗରେ ଚଳିତ ବର୍ଷ ଶ୍ରୀ ଗଜାନନଙ୍କ୧୯ ତମ ପଜା ଉତ୍ସବ ପାଳିତ ହୋଇଛି। ବିଘ୍ନ ନାଶକଙ୍କ ପୂଜା ଉତ୍ସବର ପ୍ରଥମ ଦିବସରେ ଗଗନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଆୟୋଜନ ହୋଇଥିବା ବେଳେ ଏଥିରେ ୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆୟୋଜିତ ପୂଜାସେôାଭ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନମାଳୀ ତରାଇ ଯୋଗ ଦେଇ ଶିକ୍ଷକ ସୁଧାକର ପାଢ଼ୀ, ଶରତ ନାୟକ, ଫକିର ଚନ୍ଦ୍ର ଧଳ, ଅର୍ଜୁନ ସାହୁ, ଦାମୋଦର ନାୟକ, ଗୋଲକ ବିହାରୀ ମହାନ୍ତି, ଗଗନ ଚରଣ ଜେନାଙ୍କୁ ମାନପତ୍ର ସହିତ ଉତରୀୟ ଏବଂ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଚାନ୍ଦବାଲି ଓ ଯାଜପୁରରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ପୂଜାସେôାଭ କାର୍ଯ୍ୟକ୍ରମକୁ କମିଟିର ବରିଷ୍ଠ ସଦସ୍ୟ ଅରଣ କୁମାର ରାଉତ, ପ୍ରଦୀପ ରାଉତ, ସୁର୍ଯ୍ୟନାରାୟଣ ରାଉତ, ଶ୍ରୀଧର ବିଶ୍ୱାଳ, ନିରାକାର ରାଉତ, ପ୍ରଫୁଲ୍ଲ ସାହୁ, ସୁଦର୍ଶନ ରାଉତ, ଶୁସାନ୍ତ ରାଉତଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ। ୩ ଦିନ ଧରି ଆୟୋଜନ ହୋଇଥିବା ବିଘ୍ନ ନାଶକଙ୍କ ପର୍ବ ଭଷାଣି ଯାତ୍ରାରେ ଶେଷ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top