ଜିଲ୍ଲା ପରିକ୍ରମା

ଗଜାନନଙ୍କ ପୂଜାପାଇଁ ଭଳି ଭଳିକି ମୂର୍ତୀ ନିର୍ମାଣ,ଭାସମାନ ପଦ୍ମଫୁଲରେ ନୃତ୍ୟଭଙ୍ଗିରେ ଗଣେଶଙ୍କ ମୂର୍ତୀ

ମାଲକାନଗିରି,୧୧ା୯ (ଓଡିଆ ପୁଅ ) ଆଉ ଦିନକେଇଟା ପରେ ଧରାପୃଷ୍ଟକୁ ଆସିବେ ବିଦ୍ୟାଦାତା ଗଣେଶ,ତାଙ୍କ ପୂଜାପାଇଁ ଚଳଚଚଂଳ ହୋଇ ଉଠିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା,ଜିଲ୍ଲାସଦର ମହକୁମା ସହିତ ବିଭିନ୍ନ ସ୍ଥାନରେ ଗଣେଶ ଙ୍କ ବିଭିନ୍ନ ଶୈଳୀ ବିଭିନ୍ନ ଢଙ୍ଗରେ ମୂର୍ତୀ ନିର୍ମାଣ ଚାଲିଛି । ଜିଲ୍ଲାସଦର ମହକୁମା ଠାରେ କେତକ ମୂର୍ତୀ କାରିଗର ଗଣେଶଙ୍କୁ ଅର୍ଦ୍ଧନାରୀଶ୍ୱର,ଶିବ,ପାର୍ବତୀ ,ଶିବଙ୍କ ତାଣ୍ଡନୃତ୍ୟ ରୁପରେ ତ ଆଉକିଏ ଗଣେଶଙ୍କୁ ବିଭିନ୍ନ ଫଳପନିପରିବା ରୁପରେ ଓ ପୋଖରୀରେ ଭାସମାନ ପଦ୍ମଫୁଲରେ ନୃତ୍ୟୁଢଙ୍ଗରେ ନାନାପ୍ରକାର ରୂପରେ ମୁର୍ତୀ ନିର୍ମାଣ କରିଛନ୍ତି । ଚଳିତ ବର୍ଷ ମାଲକାନଗିରି ଟାଉନକ୍ଲବ,ବସଷ୍ଟାଣ୍ଡ, ମା ବଜଂରାଣୀ କ୍ଲବ,ଗାନ୍ଧିକ୍ଲବ,ଡିଏନକେ ବଜାର କମିଟି,ମେଡିକାଲଛକ,ରିକ୍ଲାମେସନ କଲୋନି,ବ୍ଲକ କୋଲନୀ,୧୧୯କଲୋନି,କୁମୁଟିଗୁଡା, ବୁଟିଗୁଡା,ଜଗନ୍ନାଥ ମନ୍ଦିରସାହି ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଦ ଗଣେଶ ମେଢ ସହିତ ସ୍କୁଲ କଲେଜ ଗୁଡିକରେ ଗଣେଶମୂର୍ତୀ ନିର୍ମାଣ ସରିଲାଣି । ପୁଜା ପାଇଁ ଶେଷ ପ୍ରସ୍ତୁତି ହୋଇ ମଣ୍ଡପ ତୋରଣ ସାଜ ସଜା ଆରମ୍ଭ ହୋଇଗଲାଣି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top