ଗଜଲକ୍ଷ୍ମୀ ପୂଜାକମିଟି ବାର୍ଷିକ ଉଦଯାପିତ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ବାଲିଘାଟ ଜାଗୁଳାଇ ଲେନ ଗଜଲକ୍ଷ୍ମୀ ପୂଜା କମିଟିର ୯ ମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ୨ୟ ସଂଧ୍ୟାରେ କାର୍ଯ୍ୟକ୍ରମକୁ ଜିଲାପରିଷଦ ସଭାପତି ଜ୍ୟୋତର୍ମୟ ଦଳାଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଇଲେ। ଅନୁଷ୍ଠାନର ସଭାପତି ରାଧାଶ୍ୟାମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉପରନଗରପାଳ ଶାନ୍ତିଲଥା ପ୍ରଧାନ, ଲଜିଂହାଉସ ଫଣ୍ଡର ସଭାପତି ସବ୍ୟସାଚୀ ମହାପାତ୍ର, ପ୍ରାକ୍ତନ ନଗରପାଳ ଗୈାରହରୀ ଦାସ, ପୈାରସଦସ୍ୟ ବିଭୁତି ଭୁଷଣ ସେଠୀ, ଯୁବ ବିଜେି ନେତା ଶୁଭାଶିଷ ଖୁଟିଂଆ, ସୁମନ୍ତ କୁମାର ସାହୁ, ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଭୂୟଶୀ ପ୍ରଶଂସା କରଇଥିଲେ। ଏହି ଅବସରରେ ସିଟି ପ୍ଲସର ପୁରୀ ଚ୍ୟାନେଲ ହେଡ ସାମ୍ବାଦିକ ସତ୍ୟଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଚିତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ଭାଗିରଥୀ ପ୍ରଧାନ, ସଂପାଦକ ସୁଜିତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *