ଗଜପତି ଶୈଣ୍ଡିକ ସମାଜର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୫ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜାଙ୍ଗମ ସାହି ଛକ ନିକଟସ୍ଥ ଆଇଏସଆର କମ୍ଲେକ୍ସ ଠାରେ ନିଲକଣ୍ଠେଶ୍ୱର ଗଜପତି ଶୈଣ୍ଡିକ ସମାଜ ପକ୍ଷରୁ ଏକ ସମ୍ମିଳନୀ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟ ଛାତ୍ର/ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷକ ସ୍ୱାଗତ ସଂଗିତ ପରିବେଷଣ କରାଯାଇଥିଲା। ଜିଲା ଶୈଣ୍ଡିକ ସମାଜରେ ପ୍ରଥମ ଥର ପାଇଁ ଏହିପରି କାର୍ଯ୍ୟକ୍ରମ ପାଳନ କରା ହୋଇଥିବା ଯୋଗୁଁ ଏଥିରେ ବହୁ ସଂଖ୍ୟାରେ ସଭ୍ୟ ଓ ସଭ୍ୟା ଜିଲାର ବିଭିନ୍ନ ପ୍ରାନ୍ତରୁ ଉତ୍ସାହର ସହ ଯୋଗ ଦେଇଥିଲେ। ଗଞ୍ଜାମ ଜିଲା ଶୈଣ୍ଡିକ ସମାଜର ଜିଲା ସଭାପତି ପ୍ରଭାକର ସାହୁ ଏଥିରେ ଯୋଗ ଦେଇ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କଲେ ଏହି ସମାଜର ଉନ୍ନତି ସାଧିତ ହେବା ସହ ସମସ୍ତେ ନିଜନିଜର ଲକ୍ଷ ହାସଲ କରିପାରିବେ ବୋଲି କହିଥିଲେ। ସେହିପରି ସମସ୍ତଙ୍କୁ ଏକତ୍ରିତ କରିବା ପାଇଁ ଏହିପରି ଜିଲା ସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜିତ ହେବାର ବିଶେଷ ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଅତିଥି ମାନେ କହିଥିଲେ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲା ଶୈଣ୍ଡିକ ସମାଜର ସଭାପତି ଶ୍ରୀନିବାସ ସାହୁକାର, ଉପସଭାପତି ନାଗେଶ୍ୱର ଚୌଧୁରୀ, ଉପଦେଷ୍ଟା ନିତ୍ୟାନନ୍ଦ ପାଣ୍ଡବ, ଦେବେନ୍ଦ୍ର ସାହୁ, ସଭ୍ୟ ରବି ସାହୁକାର ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *