ଗଜପତି ରକ୍ତଦାତା ସଂଘର ସଚେତନତା ଶୋଭା ଯାତ୍ରା

ପାରଳାଖେମୁଣ୍ଡି,୩୦ା୧୦(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)-  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ ସକାଳ ୯ଘ. ସମୟରେ ଗଜପତି ରକ୍ତ ଦାତା ସଂଘ ପକ୍ଷରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମକୁ ଜିଲା ରେଡକ୍ରସର ଇନଚାର୍ଜ ଏମ.ରାମଲକ୍ଷ୍ମୀ ସବୁଜପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ସଂଗଠନର ଶହ ଶହ ଯୁବକଙ୍କ ସହ ଅଞ୍ଚଳବାସି ଏହି ଶୋଭା ଯାତ୍ରାରେ ଯୋଗ ଦେଇ ରକ୍ତ ଦାନ ଏକ ମହତ୍ ଦାନ, ରକ୍ତ ଦାନ କରନ୍ତୁ ଜୀବନ ରକ୍ଷା କରନ୍ତୁ ଇତ୍ୟାଦି ସଚେତନତା ସ୍ଲୋଗାନମାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡଃ. ଭି.ଲୋକନାଥ ରାଜୁ ଯୋଗ ଦେଇ ଏହି ଯୁବ ସଂଗଠନର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଲୋକମାନଙ୍କୁ ରକ୍ତ ଦାନ ଦ୍ୱାରା କିପରି ଜୀବନ ରକ୍ଷା ହୋଇ ମହତ କାର୍ଯ୍ୟ ବୋଲି ସଚେତନତା କରାଇଥିଲେ । ଯେକୌଣସି ଅସହାୟ ବ୍ୟକ୍ତି ଯେକୌଣସି ବର୍ଗର ରକ୍ତ ପାଇଁ ଏହି ସଂଗଠନର ସାହାଯ୍ୟନେଇପାରିବେ ଏବଂ ସଂଗଠନ ପକ୍ଷରୁ ମାଗଣାରେ ଉକ୍ତ ସେବା ଯୋଗାଇ ଦିଆଯିବ ବୋଲି “ଗଜପତି ବ୍ଲଡ ଡନର ସଂଘ” ପକ୍ଷରୁ କୁହାଯାଇଛି । ଏହି ସଂଘ ମାଧ୍ୟମରେ ରକ୍ତ ଦାନ କରି ଅସହାୟ ତଥା ନିରାଶ୍ରୟ ମାନଙ୍କର ଜୀବନ ବଞ୍ଚାଇବାରେ ସହାୟତା କରିବା ପାଇଁ ସଂଘ ପକ୍ଷରୁ ଏଭଳି ଶୋଭା ଯାତ୍ରା ମାଧ୍ୟମରେ ସଚେତନତା କରାଯାଇଛି ।

Leave a Reply

Your email address will not be published. Required fields are marked *