ଓଡ଼ିଶା

ଗଜପତି ମହାରାଜାଙ୍କ ୬୧ଅଙ୍କ ଚାଲିଲା

ପୁରୀ ୨୨.୦୯ (ଓଡ଼ିଆ ପୁଅ) -ଭାଦ୍ରବ ଶୁକ୍ଲ ଦ୍ୱିତୀୟା ତିଥିରେ ଶ୍ରୀନଅରରେ ଗଜପତି ଙ୍କ ସୁନିଆ ଉତ୍ସବ ଶୁକ୍ରବାର ସଂଧ୍ୟ୍ୟାରେ ଅନୁଷ୍ଠିତ ହୋଇଯାଇଛି।ସୁନିଆ ଠାରୁ ପୁରାତନ ବର୍ଷ ଗଣନା ପଦ୍ଧତି ଅନୁସାରେ ଗଜପତି ଦିବ୍ୟସିଂହ ଦେବଙ୍କ ୬୧ଅଙ୍କ ସନ୧୪୨୬ ସାଲ ଆରମ୍ଭ ହୋଇଛି।ଏହି ଅବସରରେ ଶ୍ରୀନଅରରେ ପାରମ୍ପାରିକ ବିଧି ଓ ପୂଜାଅର୍ଚ୍ଚନା କରାଯାଇଥିଲା। ଚିତ୍ରକରମାନେ ଶ୍ରୀନଅର ସିଂହଦ୍ୱାର, ଆସ୍ଥାନ, ପାଟଅଗଣା, ଶୁଭଖୁଣ୍ଟ ଦରବାର ଘର, ଦିଅଁ ଘର ଆଦିରେ ଝୋଟି ପକାଇ ଥିଲେ।ଶ୍ରୀନଅରରେ ବରୁଣ ପୂଜା, ବାସ୍ତୁ ପୂଜା, ଅସ୍ତ୍ର ପୂଜା ଆଦି କରାଯାଇତବଲା। ଶୁଭ ଖୁଣ୍ଟି ସହ ପଚଂ ଦେବତା ଦଶଦିଗପାଳ ନବଗ୍ରହ ଓ ରାଜପ୍ରସାଦ ର ଇଷ୍ଟ ଦେବାଦେବୀଙ୍କୁ ପୂଜାଅର୍ଚ୍ଚନା କରାଯାଇଥିଲା।ଗଜପତି ଦିବ୍ୟ ସିଂହ ଦେବଙ୍କୁ ଗାଦିସୀନ ଅବସ୍ତାରେ ଅବିଧ ଲାଗି କରାଯାଇଥିଲା।ସିଂହାସନ ରେ ଗଜପତି ଆସୀନ ହେବାପରେ ରାଜଗୁରୁ ମଙ୍ଗଳା ଅର୍ପଣ କାର୍ଯ୍ୟ ସଂମ୍ପର୍ଣ୍ଣ କରିଥିଲେ।ଏହି ଅବସରରେ ଗଜପତିଙ୍କୁ ବିଭିନ୍ନ ମଠାଧିଶ ବା ପାରିଷଦ ବର୍ଗ ଓ ପ୍ରଜା ମାନଙ୍କ ପକ୍ଷରୁ ସୁନିଆ ଭେଟୀ ପ୍ରଦାନ କରାଯାଇଥିଲା। ରାଜଗୁରୁ ଓ ସ୍ୱୋତ୍ରିୟ ବ୍ରାହ୍ମଣମାନେ ଗଜପତି ଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ। ଏକ ସୁବର୍ଣ୍ଣ ମୁଦ୍ରାରେ ୬୧ଅଙ୍କ ଓ ୧୪୨୬ସାଲ କଟାଯାଇଥିବା ବେଳେ ରାଜଗୁରୁ ଏହାକୁ ପ୍ରଦର୍ଶୀତ କରାଇଥିଲେ।ଏବେଠାରୁ ସମସ୍ତ ଜନ୍ମ ପଞିକା ଓ ପତ୍ରିକା ମାନଙ୍କରେ ଗଜପତି ଦିବ୍ୟ ସିଂହ ବେଦଙ୍କ ୬୧ ଅଙ୍କ ୧୪୨୬ ସାଲ ପ୍ରଚଳନ ହେଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top