କେନ୍ଦ୍ରାପଡ଼ା

ଗଜପତି ଜିଲ୍ଲାପାଳଙ୍କ ପୈତୃକ ଘରୁ ଚୋରୀ ମାମଲାରେ ପଲିଟେକନିକ ଛାତ୍ର ଗିରଫ

କେନ୍ଦ୍ରାପଡା ୧୩।୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଗଜପତିର ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଇନ୍ଦୁପୁର ଗ୍ରାମର ପୈତୃକ ଘରୁ ଗତ ଜାନୁଆରି ମାସ ୧୧ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବା ନିକିରାଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ସାଇଟିଂଫିକ ଟିମ ଏବଂ ଡଗ ସ୍କ୍ୱାର୍ଡକୁ ଘଟଣା ସ୍ଥଳକୁ ଆଣି ତଦନ୍ତ ଜାରି ରଖିଥିଲା। ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଏହି ଚୋରୀ ଘଟଣାର ତଦନ୍ତ କରିବା ସହିତ ଏଥିରେ ସଂପୃକ୍ତ ଛତା ସରକାରୀ ପଲିଟେକନିକର ଇଲେକ୍ଟ୍ରିକାଲ ବ୍ର୍ରାଂଚର ଶେଷ ବର୍ଷର ଛାତ୍ର ତଥା ଧୁମାତ ଗ୍ରାମର ଲମ୍ବୋଦର ପରିଡାଙ୍କ ପୁଅ ଲକି ଓରଫ ସୈାମ୍ୟରଞ୍ଜନ ପରିଡା(୧୮)ଙ୍କୁ ଗିରଫ କରି ପଚରାଉଚୁରା କରୁଥିବା ନିକିରାଇ ଥାନା ସୁତ୍ରରୁ ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top