ଗଜପତି: ଘାଟିରେ ଟ୍ରକ ଓଲଟିଲା: ୭ ମୃତ, ୯ ଗୁରୁତର

ଗଜପତି ୧୩-୨ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୁମଲା ବ୍ଲକ ବାରତଡ଼ା ପଞ୍ଚାୟତ ଲୁହଝଲ ଘାଟିର ନିକଟରେ ଏକ ଇଟା ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି ଏବଂ ୯ଜଣ ଗୁରୁତର ହୋଇଛନ୍ତି।

ଖବର ମୁତାବକ, ଟ୍ରକର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ହୋଇଛି। ଏହି କାରଣରୁ ଟ୍ରକଟି ୫୦ ଫୁଟ ଖାଲ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଟ୍ରକର ବୋର୍ଡ ଉପରେ ପ୍ରାୟ ୧୬ ଜଣ ଶ୍ରମିକ ଯାଉଥିଲେ। ହସ୍ପିଟାଲକୁ ଯିବା ସମୟରେ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ଆଉ ଅନ୍ୟ ଦୁଇଜଣଙ୍କର ମୃତ୍ୟୁର ଖବର ମଧ୍ୟ ଆସିଛି।ତିନିଜଣଙ୍କୁ MKCG ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବା କୁହାଯାଉଛି।

ଏହି ଦୁଃଖଦପୂର୍ଣ୍ଣ ଘଟଣାରେ, ସ୍ଥାନୀୟ ଲୋକ ଏବଂ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *