ଗଜପତି

ଗଜପତିରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ନିମ୍ନଗାମି ହେବାରେ ଲାଗିଛି

ପାରଳାଖେମୁଣ୍ଡି,୧୦ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାରେ ସଦ୍ୟ ପ୍ରକାଶ ପାଇଥିବା ୧୦ମ ଶ୍ରେଣୀ ପରିକ୍ଷା ଫଳକୁ ଅନୁଧ୍ୟାନ କରି ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ନିମ୍ନଗାମି ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଏବେ ଜୋର ଧରିଛି । ଜିଲାର ୧୪୬ ବିଦ୍ୟାଳୟର ମୋଟ ୭ହଜାର୪ଶହ୨୭ ପରିକ୍ଷାର୍ଥୀଙ୍କ ମଧ୍ୟରୁ କୌଣସି ଜଣେ ବି ପରିକ୍ଷାର୍ଥୀ ଏ୧ ଗ୍ରେଡରେ ପାସ ହୋଇନଥିବା ଜିଲାର ବୁଦ୍ଧିଜୀବି ମହଲରେ ଦୁଃଖ ଦେଇଛି । ସେହିପରି ଏ୨ଗ୍ରେଡରେ ମାତ୍ର ୧୦ଜଣ ପାସ କରିବା ମଧ୍ୟ ପରିତାପର ବିଷୟ ଏବଂ ୧୫୦୦ପିଲା ଉତ୍ତିର୍ଣ୍ଣ ହୋଇପାରିନାହାନ୍ତି । ଅବଶ୍ୟ ପାସ ହାର ୭୯.୭୮ଶତକଡା ହୋଇଥିବା ଯୋଗୁଁ ଏହା ଆଂଶିକ ଭାବେ ମନକୁ ଶାନ୍ତ୍ୱନା ଦେଲା ଭଳି ମନେ ହେଉଛି । ସର୍ବାଧିକ ପିଲା ଡିଗ୍ରେଡରେ ପାସ କରିଥିବା ବେଳେ ୭ଜଣ ପିଲା କପି କରିଥିବାରୁ ସେମାନଙ୍କ ଫଳ ପ୍ରକାଶ ପାଇପାରିନାହିଁ । ତେବେ ଜିଲାର ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ବୁଦ୍ଧିଜୀବି ମହଲରେ ନିବେଦନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top