ଗଜପତି

ଗଜପତିରେ ଗଡିଲା ସଚେତନତା ରଥ “ପରୀ”

ପାରଳାଖେମୁଣ୍ଡି,୨୯ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଠାରୁ ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ସଚେତନତା ରଥ “ପରୀ” ବାହାରିଲା । ଏହି ରଥ ସମ୍ପୁର୍ଣ୍ଣ ରାଜ୍ୟରେ ୧୫ଟି ସ୍ଥାନରେ ବାହାରି ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ସଚେତନ କରିବାକୁ ବାହାରିଥିବା ବେଳେ ଗଜପତି ଜିଲାରେ ମଧ୍ୟ ଏହି ରଥର ଶୁଭାରମ୍ଭ ଜିଲାପାଳ ଅନୁପମ ସାହା ଓ ଜିଲା ଆରକ୍ଷି ଅଧ୍ୟିକ୍ଷକ ଅମୁଲ୍ୟ କୁମାର ଦାସଙ୍କ ଉପସ୍ଥିତିରେ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଯୋଗଦେଇ ଶିଶୁ ଯୌନ ଶୋଷଣ ଏକ ଘୃଣ୍ୟ ଅପରାଧ ବୋଲି କହିବା ସହ ଏଭଳି ମାନସିକତା ଠାରୁ ନିଜକୁ ଦୁରେଇ ରଖିବା ଆବଶ୍ୟକ ବୋଲି କହିଥିଲେ । ସରକାରଙ୍କ ଦ୍ୱାରା ପାଳିତ ହୋଇଥିବା ନୁତନ ନିୟମ ଅନୁଯାଇ ଯଦି କେହି ୧୨ବର୍ଷରୁ କମ ବୟସର ଶିଶୁ ସହ ଯୌନ ଅପରାଧ କରିଥିବାର ପ୍ରମାଣିତ ହୁଏ ତାଙ୍କୁ ଫାଶି ଦଣ୍ଡ ଦେବାପାଇଁ ନିୟମ ଲାଗୁ ହେବ । ତେଣୁ ଏହିପରି ଅପରାଧ ଠାରୁ ନିଜକୁ ଦୁରେଇ ରଖିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଆବଶ୍ୟକ ବୋଲି କୁହାଯାଇଥିଲା । ଏହି ପରୀ ସଚେତନତା ରଥ ବିଭିନ୍ନ ପ୍ଳାଗ କାର୍ଡ ଓ ଏଲସିଡି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହ ୫ଦିନ ଧରି ଜିଲାର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ପରେ ଆସନ୍ତା ୧ତାରିଖ ଦିନ ଏହି ସଚେତନତା ରଥ ପରିଭ୍ରମଣ କାର୍ଯ୍ୟ ଜିଲାର ଅଡବା ଠାରେ ଶେଷ ହେବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତି୍ରପାଠୀ, ଗୋଷାଣୀ ବ୍ଳକ ଅଧ୍ୟକ୍ଷା ସି.ଏଚ ତାରକେଶ୍ୱରୀ, ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ, ଗୁରାଣ୍ଡି ଥାନା ଅଧିକାରୀ ପି.ଏସ.ଏସ ରାଓ, ମାନବ ଚାଲାଣ ନିରୋଧ ୟୁନିଟର ଇନସିପେକ୍ଟର ଜ୍ୟୋତ୍ସା କାଉଁରୀ ପ୍ରମୁଖଙ୍କ ସହ ବହୁ ପୋଲିସ କର୍ମଚାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top