ଗଜପତିରେ ଉଜାଲା ଦିବସ ପାଳିତ

ପାରଳାଖେମୁଣ୍ଡି,୨୧ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ମୁନିସିଂ ପଞ୍ଚାୟତର ଏଚପି ଗ୍ୟାସ ବିତରକ କେନ୍ଦ୍ର ପକ୍ଷରୁ ଏବଂ ଗୁମ୍ମା ଠାରେ ଅନ୍ୟ ଏକ ଗ୍ୟାସ ବିତରକ କେନ୍ଦ୍ର ପକ୍ଷରୁ ପାଳିତ ହେଉଛି । କେନ୍ଦ୍ର ସରକାରଙ୍କ ଏହି ଉଜାଲା ଯୋଜନା ଦିବସ ସାରା ଭାରତ ବର୍ଷରେ ପାଳନ ହେଉଥିବା ବେଳେ ଭାରତ ବର୍ଷର ୧୫ହଜାର କେନ୍ଦ୍ରରେ ୭୦ହଜାର ଉଜାଲା(ଫି୍ର ଗ୍ୟାସ କନେକସନ) ପ୍ରଦାନ କରାଯାଇଛି । ମୁନିସିଂ ଠାରେ ଆୟୋଜିତ ଉଜାଲା ଦିବସ କାର୍ଯ୍ୟକ୍ରମରେ ଜିଲା ଭାଜପା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ଯୋଗଦେଇ ଏହି ଯୋଜନା ମାଧ୍ୟମରେ ଗରିବ ତଥା ଜନଜାତି ସମ୍ପ୍ରଦାୟର ଲୋକମାନେ ଚୁଲି ଜାଳେନିର ଧୁଆଁରୁ ରକ୍ଷା ପାଇ କିପରି ସ୍ୱଚ୍ଛ ଇନ୍ଧନ ପାଉଛନ୍ତି ସେବିଷୟରେ ଆଲୋଚନା କରିଥିଲେ । ସେହିଭଳି ଗ୍ୟାସ ସିଲିଣ୍ଡିର ପ୍ରତି କିପରି ସାବଧାନତା ଅବଲମ୍ବନ କରିବା ଉଚିତ ସେବିଷୟରେ ମଧ୍ୟ କହିଥିଲେ । ଏହି ବୈଠକରେ ଆଦିବାସୀ ମହିଳାମାନଙ୍କୁ ଆଦିବାସୀ ଭାଷାରେ ମଧ୍ୟ ଏହି ଯୋଜନା ବିଷୟରେ ବୁଝାଯାଇଥିଲା । ଅନ୍ୟତମ ଅତିଥି ଭାବେ ରାଜ୍ୟ ଗ୍ୟାସର ପରିଚାଳକ ଅନିଲ କୁମାର ତ୍ରିପାଠୀ ଯୋଗଦେଇ ଗ୍ୟାସ ଜାଳେଣିର ଉପକାରିତା ବିଷୟରେ କହିଥିଲେ । ସେହିପରି ଗୁମ୍ମା ଠାରେ ଅନୁଷ୍ଠିତ ଅନ୍ୟଏକ କାର୍ଯ୍ୟକ୍ରମରେ ଭାଜପା ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିକାଶଧାରା ଉପରେ କହିଥିଲେ । ସେହିପରି ପାରଳାଖେମୁଣ୍ଡି ସହରର ରାମନଗର ସ୍ଥିତ ତୁଡୁଙ୍ଗ ସାହି ଠାରେ ଉଜାଲା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଉନସିଲର କେ.ପୁଣ୍ଣ୍ୟବତୀ, ଭାଜପା ଜିଲା ସଭାପତି ଜି.ଭେଙ୍କଟ ରାମଣା ଓ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପତ୍ର ପ୍ରମୁଖ ଉପସ୍ଥିତ ରହି ଯୋଜନାର ବିଭିନ୍ନ ସୁଫଳ ବିଷୟରେ କହିଥିଲେ ।

Leave a Reply

Your email address will not be published. Required fields are marked *