ଗଛ ହିଁ ଜୀବନ ଗଛ ବଂଚିଲେ ଆମ ବଂଚିବା ; ଶ୍ରୀନିବାସ

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ଥାନା ପରିସରରେ ସୋମବାର ପୂର୍ବାହ୍ନରେ ବନ ମହୋତ୍ସବ ପାଳନକୁ ଦୃଷ୍ଟିରେ ରଖି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶବିତ୍ ଶ୍ରୀନିବାସ ଜେନାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଥାନା ଅଧିକାରୀ ଉମାକାନ୍ତ ନାୟକ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏଥିରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା। ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ଠାରୁ ଥାନା ମଧ୍ୟକୁ ଯାଇଥିବା ରାସ୍ତାର ଦୁଇପାଶ୍ୱର୍ରେ ଓଲୋଟ, ଦେବଦାରୁ ବୃକ୍ଷରୋପଣ କରାଯାଇଥିଲା। ଏହା ଥାନାର ଶୋଭା ବର୍ଦ୍ଧନ କରିବା ସହିତ ପରିବେଶ ସୁରକ୍ଷାକୁ ଦୃଷ୍ଟି ଦେଇ ଏହିଭଳି ଉଦ୍ୟମ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଥିଲେ। ପ୍ରକାଶ ଥାଉକି ଆଜକୁ ଦଶ ବର୍ଷ ହେବ ପରିବେଶବିତ୍ ଶ୍ରୀନିବାସ ଜେନା ତାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଧର୍ମଶାଳାର ବିଭିନ୍ନ ଅଞ୍ଚଳରେ ହଜାର ହଜାର ବୃକ୍ଷରୋପଣ କରିଥିବା ଜଣାଯାଇଛି। ସେହିପରି ଚଳିତ ବର୍ଷ ମଧ୍ୟ ୨ହଜାର ବୃକ୍ଷରୋପଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଥାନା ସମେତ କାନପୁର, ଚକ୍ରଧରପୁର, ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିର ରାସ୍ତାର ଦୁଇପାର୍ଶ୍ୱ ଓ ଧାନମଣ୍ଡଳ ଆଦି ବହୁସ୍ଥାନରେ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀନିବାସ କହିଛନ୍ତି ଗଛ ହିଁ ଜୀବନ ଗଛ ବଂଚିଲେ ଆମ ବଂଚିବା।

Leave a Reply

Your email address will not be published. Required fields are marked *