ଗଛରେ ପିଟିହେଲା ବୋଲେରୋ ; ମହିଳା ମୃତ ଓ ୨ ଗୁରୁତର ବିଶାଖାପାଟଣା ସ୍ଥାନାନ୍ତରିତ

କୋରାପୁଟ ; ତା୧୮-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା କାକିରିଗୁମ୍ମା ଥାନା ପଂଚଡା ଗ୍ରାମ ନିକଟରେ ଆଜି ପୂର୍ବାହ୍ନରେ ବୋଲେରୋ ଜିପ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସୁଶୀଲ କୁମାର ନାୟକ ଓ ଟୁନା ପୁଲେଟିଂ ୨ ଗୁରୁତରଙ୍କୁ ବିଶାପାଟଣା ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୯ ଜଣ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ବୋରିଗୁମା ଥାନା ଖୁଡିଗୁଡା ଗ୍ରାମରୁ ଏକ ବରଯାତ୍ରୀ ଦଳ ୫ଟି ବୋଲେରୋ ଜିପ ନେଇ ଗୁରୁବାର ପୂର୍ବାହ୍ନରେ କାକିରିଗୁମା ନିକଟ କଟନିପଦର ଗ୍ରାମ ଅଭିମୁଖେ ବାହାରି ଥିଲେ। ଦୃତଗତି ଯୋଗୁଁ ସେଥି ମଧ୍ୟରୁ ଗୋଟିଏ ବୋଲେରୋ କୋରାପୁଟ-ରାୟଗଡା ରାସ୍ତାର ପଂଚଡା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ସମସ୍ତ ଆହତଙ୍କୁ କାକିରିଗୁମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କାକିରିଗୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ କୋରାପୁଟ ସ୍ଥାନାନ୍ତର କରା ଯାଇଥିଲା। ସମସ୍ତ ଆହତ ବ୍ୟକ୍ତି କୋରାପୁଟ ପହଂଚିବା ପରେ ଚିକିତ୍ସିତ ହେଉଥିବା ଗୁରୁତର ଆହତ ଜୟଗୁନ୍ ଖାନ(୫୦) ନାମ୍ନୀ ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁତୁର ଅବସ୍ଥାରେ ସୋମନାଥ ଯାନୀ(୮), ରୀମା ରାଜ(୧୦), ଲଚ୍ଛମା ସିଂହ(୨୭)ଡମୁଣୀ ଗାଦବା, ମୁକ୍ତା ଗାଦବା, ଲକ୍ଷ୍ମୀ କମାର ଓ ବୈଦି ଯାନୀ ଚିକିତ୍ସିତ ହେଉଛନ୍ତି।

 

Leave a Reply

Your email address will not be published. Required fields are marked *