କୋରାପୁଟ ; ତା୧୪-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ଥାନା ଲାଣ୍ଡିଗୁଡା ନିକଟରେ ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଛତିଶଗଡର ପ୍ରଦୀପ କୁମାର ବୋଲି ପୋଲିସ କହିଛି। ମୃତ ପ୍ରଦୀପ ଓ ଅନ୍ୟ ଜଣେ ସାଙ୍ଗ ମାଲକାନଗିରିରେ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିଲେ। ଘରକୁ ଯିବା ପାଇଁ ଉଭୟେ ଶୁକ୍ରବାର ଦିନ ବାହାରି ଟିଟିଲାଗଡ ଯାଏ ଟ୍ରେନରେ ଟିକଟ କାଟିଥିଲେ। କିନ୍ତୁ କୌଣସି କାରଣରୁ ପ୍ରଦୀପ କୋରାପୁଟରେ ଓହ୍ଲାଇ ରହି ଯାଇଥିବାବେଳେ ତାଙ୍କ ସାଙ୍ଗ ଟ୍ରେନରେ ଚାଲି ଯାଇଥିବା ଜଣା ପଡିଛି। ତେବେ ଆଜି ସକାଳେ ଲାଣ୍ଡିଗୁଡାରେ ଜାତୀୟ ରାଜପଥ କଡରେ ଏକ ଆମ୍ବ ଗଛରେ ପ୍ରଦୀପ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭୀନ ଆରମ୍ଭ କରିଛି। ପାରିବାରିକ କାରଣରୁ ପ୍ରଦୀପ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରା ଯାଉଛି।

Loading...