ଜିଲ୍ଲା ପରିକ୍ରମା

ଗଛପଡି ଘର ନଷ୍ଟ ହେବାନେଇ ତହସିଦାରଙ୍କଠାରେ ଅଭିଯୋଗ

ଖଇରା, ୧୬/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଗଣ୍ଡିବେଡ ଆରଆଇ ଅଧିନ ଓହଡ ଗ୍ରାମର ମିନତୀ ଯେନା ସରକାରୀ ଜାଗାରେ ଥିବା ବୃହତ କଦମ୍ବ ଗଛକୁ କାଟିବାନେଇ ତହସିଲଦାର ଠାରେ ଅଭିଯୋଗ କରିବା ସଂଗେ ସଂଗେ ଅଭିଯୋଗର ଏକକିତା କପି ମଧ୍ୟ ଜିଲ୍ଲାପାଳ ବାଲେଶ୍ୱରଙ୍କ ପାଖକୁ ପଠାଇଥିବାର ଶ୍ରୀମତୀ ଯେନା ପ୍ରକାଶ କରିଛନ୍ତି। ଘଟଣାରୁ ଯାହା ଜଣାପଡିଛି ଆଜକୁ ଏକ ମାସରୁ ଉର୍ଦ୍ଧହେବ ମେଘ, ପବନ ଓ ବର୍ଷା ସହିତ କାଳବୈଶାଖି ଖଇରା ବ୍ଲକର ପିଛାଛାଡୁ ନାହିଁ। ଏହି କାଳ ବୈଶାଖି ବାତ୍ୟାରେ ଶ୍ରୀମତୀ ଯେନାଙ୍କ ଘର ପାଖରେ ସରକାରୀ ଜାଗାରେ ଥିବା ବୃହତକାୟ କଦମ୍ବ ଗଛର ଏକ ବିରାଟ ଡାଳ ଭାଙ୍ଗି ଝୁଲିରହିଛି ଯେ କେତେବେଳେ ଘରଉପରେ ଖସି ପଡିବ କହିହେବ ନାହିଁ। ଯଦି କୌଣସି ମୁହର୍ତ୍ତରେ ଘର ଉପରେ ଖସି ପଡିବ ଘର ସହିତ ଜୀବନହାନି ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ। ଶ୍ରୀମତୀ ଯେନା ଦୀନ ମଜୁରିଆ ଶ୍ରେଣୀର ହୋଇଥିବାରୁ ଘର ଓ ନିଜ ଜୀବନ ପ୍ରତି ଦେଖାଦେଇଥିବା ବିପଦକୁ ଏଡାଇବା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଛନ୍ତି। ପରିବାର ବର୍ଗ ଭୟରେ ପାଖରେ ଥିବା ଗୋପାଳ ଯେନାଙ୍କ ଘରେ ଆଶ୍ରୟ ନେଉଛନ୍ତି। ଅଭିଯୋଗ ପାଇ ତହସିଲଦାର ଗଣ୍ଡିବେଡ ଆରଆଇଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top