ଜିଲ୍ଲା ପରିକ୍ରମା

ଗଙ୍ଗାଧର ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ

ପୁରୀ, ୦୭/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପ୍ରତିବର୍ଷ ପରି ଚଳିତବର୍ଷ ଗଙ୍ଗାଧର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବିଶିଷ୍ଟ ସ୍ୱାଧୀନତା ସହଗ୍ରାମୀ, ଓଡିଶାର ପ୍ରିୟ ଜନନେତା, ଆଇନ୍ଜୀବୀ ପୂର୍ବତନ ମନ୍ତୀ ଗଙ୍ଗାଧର ମହାପାତ୍ରଙ୍କ ଦ୍ୱାଦଶତମ ରାଜ୍ୟସ୍ତରିୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୂର୍ବତନ କୂଳପତି ଡଃ ନୀଳକଣ୍ଠ ପତିଙ୍କ ଅଧ୍ୟକ୍ଷତାରେ ଆଯୋଜିତ ଏହି ସ୍ମୃତି ଚାରଣ ସଭାରେ ଓଡିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏ ଏସ୍ ନାଇଡୁ ଉଦ୍ଘାଟନୀ ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତାଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ଅତିଥିଭାବେ ପ୍ରଶାସକ ଦିଗମ୍ବର ମହାନ୍ତି, ମେଜର ଜେନେରାଲ୍ ବସନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ସଂଗଠନ ସମ୍ପାଦକ ଚକ୍ରଧର ମହାପାତ୍ର ବିବରଣୀ ପାଠ କରିଥିଲେ।କାର୍ଯ୍ୟକାରୀ ସଭାପତି ଜଟାଧାରୀ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରତିବର୍ଷ ଭଳି ରମାଦେବୀ ପ୍ରତିମା ମିଶ୍ର, ଶ୍ୟାମସୁନ୍ଦର ହୋତାଙ୍କ ସମେତ ବରିଷ୍ଠ ଆଇନ୍ଜୀବୀଙ୍କୁ ଉଲ୍ଳେଖନୀୟ ଅବଦାନ ପାଇଁ ଗଙ୍ଗାଧର ମହାପାତ୍ର ଆଇନ୍ ମହାବିଦ୍ୟାଳୟର ଶେଷ୍ଠ ସ୍ନାତକ ମନୋରଞ୍ଜନ ଦାସ ଏବଂ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ସ୍ୱାଇଁ, ରତିକାନ୍ତ ଦଳାଇ, ସୌମ୍ୟରଞ୍ଜନ ମିଶ୍ର ଏବଂ ଶୁଭସ୍ମିତା ଦାଶଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ -୨୦୧୮ ରେ ସମ୍ମାନୀତ କରାଯାଇଥିଲା। ଗଙ୍ଗାଧର ମହାପାତ୍ରଙ୍କ ସୁପୁତ୍ର ଉମାବଲ୍ଲଭ ମହାପାତ୍ର ଅତିଥିମାନଙ୍କ ସ୍ୱାଗତ କରିଥିବା ବେଳେ, ଶେଷରେ ସଂଯୋଜକ ବିପିନି ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top