ଅନୁଗୁଳ

ଗଙ୍ଗାଧର ଟ୍ରଫି କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ତାଳଚେର,୪/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର ସନ୍ଥପଡ଼ା ଡାଏମଣ୍ଡ କ୍ଲବ ଆନୁକୂଲ୍ୟରେ ଗଙ୍ଗାଧର ଟ୍ରଫି  କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଘାଟିତ ହୋଇଯାଇଛି । ପ୍ରତିଯୋଗିତା ପ୍ରାରମ୍ଭରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ମୂଖ୍ୟ ଅତିଥି ସମାଜସେବୀ ବିଷ୍ଣୁମୋହନ ରଥ ପତାକା ଉତୋଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥିଭାବେ ଏରିଆ ଖବର ସମ୍ପାଦକ ସୈାଭାଗ୍ୟ ଚନ୍ଦ୍ର ନାୟକ ମଂଚାସୀନ ଥିଲେ । ଉଦଘାଟନୀ ଉତ୍ସବରେ କ୍ଲବର ସଭାପତି ସତ୍ୟାନନ୍ଦ ସାମଲ,ଉପ ସଭାପତି ମାଙ୍ଗିଲାଲ ସାମଲ,ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାନ୍ତି,ସୁଶାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ବିନୋଦ ବିହାରୀ ଦାସ,ନିରଞ୍ଜନ ସାମଲ,ନିତ୍ୟାନନ୍ଦ ସାମଲ,ଜିତେନ୍ଦ୍ର ସାମଲ,ବିଶୁ ସାମଲ,ଭୂବନ ସାମଲ,ଅମୀୟ ସାମଲ,ବାବୁ ସାମଲ,ବୁଲୁ ସାମଲ,ତାପସ ସାମଲ,ମାନସ ସାମଲ ପ୍ରମୁଖ ଉପସ୍ଥିତ ରହି ଖେଳରେ ସକି୍ରୟ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ସ୍ଥାନୀୟ ଅଂଚଳର ଖ୍ୟାତି ସମ୍ପନ୍ନ ଦଳଗୁଡ଼ିକ ଭାଗ ନେଇଥିବା ବେଳେ ପ୍ରତ୍ୟେକ ମ୍ୟାଚ୍ ୨୦ଓଭର ବିଶିଷ୍ଟ ହୋଇଥିବାର ଆୟୋଜକଙ୍କ ସୂତରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top