ଜଗତସିଂହପୁର

ଗଇଠିପୁର ଗ୍ରାମରେ ସାପ କାମୁଡ଼ା ଓ ହୃଦଘାତରେ ଦୁଇ ମୃତ

ତିର୍ତ୍ତୋଲ୧୪/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ସାପ କାମୁଡ଼ା ଓ ହୃଦଘାତଯୋଗୁଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଗ୍ରାମର ଶୁକଦେବ ସେଠୀଙ୍କ ଭିନ୍ନକ୍ଷମ ପୁଅ ଶୁଭକାନ୍ତ ସେଠୀ(୩୦) ରାତିରେ ବାହାରକୁ ଶୌଚହେବାକୁ ଉଠିଥିବାବେଳେ ଘର ଦ୍ୱାର ନିକଟରେ ଏକ ସାପଟି କାମୁଡ଼ି ଦେଇଥିଲା। ପରିବାର ଲୋକେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଶୁଭକାନ୍ତକୁ ନେଇଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗ୍ରାମର ନୃସିଂହ ସେଠୀଙ୍କ ପତ୍ନୀ ବିଣାପାଣି ସେଠୀ(୫୦)ଙ୍କ ଗତକାଲି ରାତିରେ ଛାତିରେ ଜନ୍ତ୍ରଣା ଅନୁଭବ କରିବାରୁ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top