Home କୋରାପୁଟ ଗଂଜେଇ ଜବତ,୩ ଗିରଫ

ଗଂଜେଇ ଜବତ,୩ ଗିରଫ

87

କୋରାପୁଟ ; ତା୦୪-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) କାକିରିଗୁମା ପୁଲିସ ଏକ କାରରୁ ୩୦ କିଲୋଗ୍ରାମ ଗଂଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ଗିରଫ ତିନି ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ଇମଗ୍ରାନ ଖାନ୍,ସାହୀଦ ଖାନ୍ ଓ ଜିଲେଲ୍ ଖାନ୍ । ଅଭିଯୁକ୍ତମାନେ ଏମ୍ଏଚ୍-୪୪ବି ୨୦୨ ନମ୍ବର ଥିବା ଏକ କାରରେ ଗଂଜେଇ ଚାଲାଣ କରୁଥିବା ସୂଚନା କାକିରିଗୁମା ପୁଲିସକୁ ମିଳିଥିଲା । ଭାରପ୍ରାପ୍ତ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ କାକିରିଗୁମାରେ ଜଗି ରହିଥିଲେ । କାକିରିଗୁମା ପହଂତିବା ମାତ୍ରେ ପୁଲିସ କାରକୁ ଅଟକାଇ ଯାଂଚ କରିଥିଲା । କାରରୁ ୩୦ କିଲୋଗ୍ରାମ ଗଂଜେଇ ମିଳିବା ପରେ ଚୋରା ଗଂଜେଇ ଚାଲାଣ ଅଭିଯୋଗରେ ତିନିଜଣକୁ ଗିରଫ କରିବା ସହ କାର ଓ ଗଂଜେଇକୁ ପୁଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.