Home ଓଡ଼ିଶା ଗଂଜେଇ ଜବତ, ୨ଗିରଫ

ଗଂଜେଇ ଜବତ, ୨ଗିରଫ

70

କୋରାପୁଟ ; ତା୦୯-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସେମିଲିଗୁଡା ପୁଲିସ ଓ ଚୋରା ଗଂଜେଇ ଧରିବାକୁ ଗଠିତ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ଗତକାଲି ରାତିରେ ଏକ ମିନିଟ୍ରକ ସହ ୧୦ କୁଇଂଟାଲ ଗଂଜେଇ ଜବତ କରା ଯାଇଥିବାବେଳେ ଦୁଇଜଣଙ୍କୁ ଗିରଫ କରା ଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ଚନ୍ଦ୍ରସିଂହ ପାଟ୍ଟିଲ ଓ ରଘୁନାଥ ଚୌଧୁରୀ। ଏମଏଚ ୧୮ଏଏ-୮୧୩୮ ନମ୍ବର ଏକ ମିନିଟ୍ରକରେ ଚୋରା ଗଂଜେଇ ଚାଲାଣ ହେଉଥିବା ସୂଚନା ପାଇ ରାତିରେ ସେମିଲିଗୁଡା ପୁଲିସ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଅଧିକାରୀମାନେ ଗାଡିକୁ ଜଗି ରହିଥିଲେ। ଟ୍ରକଟି ସେମିଲିଗୁଡା ପହଂଚିବା ମାତ୍ରେ ଅଟକାଇ ଯାଂଚ କରିବାବେଳେକୁ ସେଥିରୁ ଗଂଜେଇ ବାହାରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.