ad
ଓଡ଼ିଶା

ଖ୍ରୀଷ୍ଟିୟାନ ଭୋଟ ହାତେଇବା ପାଇଁ କନ୍ଧମାଳକୁ ଆଉ ଏକ ଦଙ୍ଗା ପାଇଁ ପ୍ରସ୍ତୁତ କରୁଛନ୍ତି ଅଚ୍ୟୁତ ସାମନ୍ତ :ବିଜେପି

ଅଚ୍ୟୁତ ସାମନ୍ତ ବିଦେଶି ଅର୍ଥରେ ଧର୍ମାନ୍ତିକରଣ କରିବା ପାଇଁ ଖ୍ରୀଷ୍ଟିୟାନ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ
– ରାଜ୍ୟପାଳଙ୍କ ଆଗରେ ଫେରାଦ ହେଲା ରାଜ୍ୟ ବିଜେପି ପ୍ରତିନିଧୀ ଦଳ
– ବିଦେଶ ଅର୍ଥକୁ ଆଣି ଧର୍ମାନ୍ତିକରଣ କାମରେ ଲଗାଉଛନ୍ତି ଅଚ୍ୟୁତ
– ଅଚ୍ୟୁତ ସାମନ୍ତ ସାମ୍ବିଧାନିକ ପଦବୀରେ ରହି ଏକ ଖ୍ରୀଷ୍ଟିୟାନ ବିଦ୍ୟାଳୟ ଖୋଲିବା ସମ୍ପୃର୍ଣ୍ଣ ଅସାମ୍ବିଧାନିକ ଓ ବେଆଇନ
– ଧର୍ମାନ୍ତକରିଣ କରୁଥିବା ବିଦେଶ ସଂସ୍ଥା ସହ ଅଚ୍ୟୁତ ମିଶି ଆଦିବାସୀ ସମାଜକୁ ଭାଙ୍ଗିବାକୁ ଯାଉଛନ୍ତି
– ବେନିୟମ କାର୍ଯ୍ୟ କରୁଥିବା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲା ବିଜେପି

ଭୁବନେଶ୍ୱର, ତା.୦୭/୦୩ (ଓଡ଼ିଆ ପୁଅ) : ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଯିଏ ଗୋଟିଏ ସାମ୍ବିଧାନିକ ପଦବୀରେ ଅଛନ୍ତି ସିଏ ଏକ ଖ୍ରୀଷ୍ଟିୟାନ ବିଦ୍ୟାଳୟ ଖୋଲିବା ସମ୍ପୃର୍ଣ୍ଣ ଅସାମ୍ବିଧାନିକ ଓ ବେଆଇନ। ଏହି ବିଦ୍ୟାଳୟ ମାଧ୍ୟମରେ ଶ୍ରୀ ସାମନ୍ତ ଖ୍ରୀଷ୍ଟିୟାନ ଧର୍ମାନ୍ତିକରଣକୁ ପ୍ରୋସ୍ତ୍ରାହନ ଦେବେ। ଧର୍ମାନ୍ତକରିଣ କରୁଥିବା ବିଦେଶ ସଂସ୍ଥା ସହ ଅଚ୍ୟୁତ ମିଶି ଆଦିବାସୀ ସମାଜକୁ ଭାଙ୍ଗିବାକୁ ଯାଉଛନ୍ତି। ଅତୀତରେ ସେହି କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟିୟାନ ଧର୍ମାନ୍ତିକରଣ ହୋଇଥିବା ଆଦିବାସୀ ଓ ଆଦିବାସୀମାନଙ୍କ ମଧ୍ୟରେ ଅନେକ ହିଂସା ସୃଷ୍ଟି ହୋଇଛି ଧର୍ମାନ୍ତିକରଣକୁ ନେଇ। ଏବେ ଅଚ୍ୟୁତ ସାମନ୍ତ ଏହାକୁ ଅଧିକ ତେଜି ଭୋଟ ହାତେଇବା ପାଇଁ ଠିକ୍ ନିର୍ବାଚନ ପୂର୍ବରୁ ଷଡଯନ୍ତ୍ର କରିଛନ୍ତି। ସେହିପରି ବିଦେଶ ଅର୍ଥକୁ ଆଣି ଏଠାରେ ଧର୍ମାନ୍ତିକରଣ କାମରେ ଲଗାଉଛନ୍ତି ଅଚ୍ୟୁତ। ସାଂସଦ ଅଚ୍ୟୁତ ସାମନ୍ତଙ୍କ ଏଭଳି ଅସାମ୍ବିଧାନିକ ଓ ବେଆଇନ କାର୍ଯ୍ୟକଳାପକୁ ରାଜ୍ୟ ବିଜେପି ଦୃଢ ନିନ୍ଦା କରିଛି। ଏହା ସହ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଘଟଣା ସଂର୍ପକରେ ଅବଗତ କରାଇଛି।

କନ୍ଧମାଳ ଯାହା ଦିନେ ସାମ୍ପ୍ରଦାୟିକ ଦଙ୍ଗାର ଶୀକାର ହୋଇଥିଲା ସେହି ଭଳି ଜିଲ୍ଲାରେ ଖ୍ରୀଷ୍ଟିୟାନ ବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା କଣ ଥିଲା ? ସାଂସଦ ଭଳି ଗୋଟିଏ ଦାୟିତ୍ୱାବାନ ପଦବୀରେ ଥାଇ ଅଚ୍ୟୁତଙ୍କର ଏପରି ଆଚରଣ ସମଗ୍ର ଆଦିବାସୀ ସମାଜକୁ ମର୍ମାହତ କରୁଛି। ଆପିସିର ଧାରା ୨୯୫(କ) ଅନୁସାରେ ଅଚ୍ୟୁତ ସାମନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଶିକ୍ଷା ଓ ସେବାଶ୍ରମ ନାଁରେ କିଛି ବିଦେଶି ସଂସ୍ଥା ଧର୍ମାନ୍ତିକରଣ କରୁଥିବା କଥା ଆଗରୁ ଅନେକ ଥର ଓଡିଶାରେ ସାମନାକୁ ଆସିଛି। ଅଚ୍ୟୁତ ସାମନ୍ତଙ୍କର ଏହି ବିଦ୍ୟାଳୟ ପ୍ରତିଷ୍ଠା ପଛରେ ସେହି ବିଦେଶି ସଂସ୍ଥାମାନଙ୍କ ଠାରୁ ଅର୍ଥ ହାତେଇବାର ଯୋଜନା ଚାଲିଛି। କାହା ଠାରୁ ଅର୍ଥ ଆଣିବେ ତାକୁ ଅଚ୍ୟୁତ ସାମନ୍ତ ଲୁଚାଇଛନ୍ତି। ଆୟକର ଧାରା ୧୨(କ)(କ) ଅନୁସାରେ ଅଚ୍ୟୁତ ସାମନ୍ତଙ୍କର ସେହି ବିଦ୍ୟାଳୟ ପଂଜିକୃତ ରଦ୍ଦ ହେବା କଥା। ଅନ୍ୟପଟେ ଅତ୍ୟୁତ ବିଦେଶରୁ ଅର୍ଥ ଆଣି ପ୍ରଥମ ଖ୍ରୀଷ୍ଟିଆନ ସ୍କୁଲ ଖୋଲି ଅନ୍ତର୍ଜାତିକ ପୁରସ୍କାର ହାତେଇବା ପାଇଁ ବିଦ୍ଧିବଦ୍ଧ ଯୋଜନା କରିଛନ୍ତି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ସଂପାଦକ ଶ୍ରୀରଜଂନ ମଙ୍ଗରାଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଗନ୍ତାୟତ, ଚିତ୍ରଲେଖା ମହାନ୍ତି ଏବଂ କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top