ଓଡ଼ିଶା

ଖୋଳା ହେଲା ଜନ୍ତାଗାଡ..୪୨ ରୁ ସରିଲା ୩୬ ତୁମ୍ବ

ପୁରୀ:୨୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥ ନିର୍ମାଣ କାର୍ଯ୍ୟକୁ ଗୁରୁବାର ୯ ଦିନ ପୁରୁଛି। ଗୁରୁବାର ବିତୁମ୍ବ ବୋଳା କାମ ସହ ସୁତା କାଟିବା ଓ ବିନ୍ଧ କାମ ଚାଲିଛି। ବିଶ୍ୱକର୍ମା, କରତି, ଭୋଇ, ସେବକମାନେ ଏହି କାର୍ଯ୍ୟକୁ ଆଗେଇ ନେଇଛନ୍ତି। ତିନି ରଥ ପାଇଁ ୪୨ ତୁମ୍ବ ଆବଶ୍ୟକ ଥିବା ବେଳେ ରଥ ନିର୍ମାଣର କାର୍ଯ୍ୟର ନବମ ଦିନରେ ୩୬ ଟି ତୁମ୍ବ କାମ ଶେଷ ହୋଇଛି। ଆସନ୍ତାକାଲି ୩ ରଥ ପାଇଁ ୨ ଟି ଲେଖାଏଁ ତୁମ୍ବ ବୋଳିବାକୁ ବିଶ୍ୱକର୍ମା ମାନଙ୍କୁ ଦିଆଯିବ ବୋଲି ରଥ ତତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି। ସେପଟେ ପ୍ରସ୍ତୁତ ହୋଇ ରହିଥିବା ତୁମ୍ବର ଗୁରୁବାର ବିନ୍ଧ କରିବାରେ ବିଶ୍ୱକର୍ମା ମାନେ ତତ୍ପରତା ଦେଖାଇଛନ୍ତି। ଏକାଧିକ ବିଶ୍ୱକର୍ମା ବିନ୍ଧ କରିବା କାମରେ ନିୟୋଜିତ ଥିବା ଦେଖିବାକୁ ମିଳିଛି। ଏହା ପରେ ବିନ୍ଧ ଅନୁଯାୟୀ ଅର ଓ ପଇ ଖଜୀଂ ହେବ। ସେପଟେ ନୃସିଂହ ଚତୁର୍ଥୀରେ ଗୁଜ ଅନୁକୂଳ କାମ ଆରମ୍ଭ ହୋଇଥିବାରୁ ଶୁକ୍ରବାର ତୁମ୍ବ ବେଳା ଓ ବିନ୍ଧ କାମ ଏହା ଭିତରେ ଶେଷ ପର୍ଯ୍ୟାୟରେ ପହଁଚିଂଛି। ବିନ୍ଧ କାମ ଶେଷ ପରେ ଅର ଓ ପିଇ ଖଜାଂ ହେବ ଏବଂ ଶିଙ୍ଗଡା ବାଡିଆ କାମ ଆରମ୍ଭ ହେବ। ଏନେଇ ରଥଖଳା ଚଳଚଂଚଳ ହୋଇ ଉଠିଛି। ଶିଙ୍ଗଡା ବାଡିଆ ନେଇ ଗୁରୁବାର ଡାରୁ ଯନ୍ତଗାଡ ଖୋଳା ଆରମ୍ଭ ହୋଇଛି। ରଥଖଳା ନିକଟରେ ଏହି ଯନ୍ତ୍ରଗାଢ ଖୋଳା ହୋଇଥିବା ବେଳେ ବିଧିବଦ୍ଧ ପୂଜା ନୀତି ସଂପର୍ଣ୍ଣ ପରେ ଏଥିରେ ଶିଙ୍ଗଡା ବାଡିଆ କାମ ଆରମ୍ଭ ହେବ ବୋଲି ଜଣାପଡିଛି। (ଫ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top