ଖୋଲା ଆକାଶ ତଳେ ରୋଗୀ ସଂପର୍କିୟଙ୍କ ରୋଷେଇ

କୋରାପୁଟ ; ତା୨୨-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ନୂତନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୟୁନିଟ ଖୋଲାଯାଇ ରୋଗୀ ଚିକିତ୍ସିତ ହେଉଛନ୍ତି।କୋରାପୁଟ ଜିଲ୍ଲାରେ ବିଶେଷ କରି ମାଳି ସଂପ୍ରଦାୟର ଲୋକମାନେ ବାହାରେ ଖାଦ୍ୟ ଖାଇନ୍ତି ନାହିଁ ନିଜେ ରୋଷେଇ କରି ଖାଆନ୍ତି।କିନ୍ତୁ ମହିଳା ଓ ଶିଶୁ ରୋଗୀଙ୍କ ସାଥିରେ ଆସିଥିବା ମାଳି ତଥା ଅନ୍ୟାନ୍ୟ ସଂପ୍ରଦାୟର ଲୋକମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୟୁନିଟ ବାହାରେ ଖୋଲା ଆକାଶ ତଳେ ଖାଦ୍ୟ ରାନ୍ଧୁଥିବା ନଜର କରାଯାଇଥିଲା।ସେମାନେ ନିଜ ସାଥିରେ ପନିପରିବା, ଚାଉଳ ଓ କାଠ ନେଇ ଆସି ଏଠାରେ ରୋଷେଇ କରୁଥିବା ଦେଖାଯାଇଥିଲା।ୟୁନିଟର ୨ ପାଶ୍ୱରେ ଗାଡି ପାର୍କିଂ ପାଇଥିବା ସ୍ଥାନରେ ସେମାନେ ରୋଷେଇ କରି ଖାଦ୍ୟ ଖାଉଥିଲେ।କିନ୍ତୁ ଗାଡି ପାର୍କିଂରେ ଅସୁବିଧା ହେବାରୁ ସେମାନେ ଏବେ ବାହାରେ ରୋଷେଇ କରିବା ସହ ଖାଦ୍ୟ ଖାଉଥିବା ଲକ୍ଷ୍ୟ କରାଯାଇଛି।କୋରାପୁଟରେ ମୌସୁମୀ ପ୍ରବେଶ କରିସାରିଲାଣି ସେମାନେ ଏବେ କେଉଁଠି ରୋଷେଇ କରିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି।ରୋଷେଇ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରାଯିବା ନିମନ୍ତେ ପ୍ରସ୍ତାବ ରହିଥିବା ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ନନ୍ଦ ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ତୁରନ୍ତ ଏକ ରୋଷେଇ ଘର ନିର୍ମାଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *