ଓଡ଼ିଶା

ଖୋଲାରେ ଶୌଚ ଅଗ୍ରଗତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ – ଓଡ଼ିଶା ସମେତ ଚାରୋଟି ରାଜ୍ୟର ଜିଲ୍ଲାପାଳଙ୍କ ସହ ଆଲୋଚନା

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ସମେତ ଚାରୋଟି ରାଜ୍ୟ ଉତର ପ୍ରଦେଶ, ବିହାର ଏବଂ ଜାମ୍ମୁ-କାଶ୍ମୀର ଜିଲ୍ଲାପାଳମାନଙ୍କ ସହ ଖୋଲାରେ ଶୌଚ କାର୍ଯ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ସଂପୃକ୍ତ ରାଜ୍ୟଗୁଡିକରେ ସ୍ୱଚ୍ଛ ଭାରତ ଏବଂ ସ୍ୱଚ୍ଛତା ଲକ୍ଷ୍ୟ ପୂରଣ ଦିଗରେ ଏ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସଂପର୍କରେ ସେମାନଙ୍କର ମତ ଏବଂ ଅନୁଭୂତି ବିଷୟରେ ଜଣାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟର ଅଗ୍ରଗତି ଯାଂଚ କରିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟବେକ୍ଷକ ଦଳ ଗଠନ କରାଯିବାର ଆବଶ୍ୟକତା ରହିଛି।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକୁ ଏକ ଜନ-ଆନ୍ଦୋଳନରେ ପରିବର୍ତିତ କରିବା ପଡିବ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନେ ଏବଂ ସ୍କୁଲ ପିଲାମାନେ ଏ କ୍ଷେତ୍ରରେ ସଚେତନତାର ବାର୍ତ୍ତାବହ ଭାବେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମଧ୍ୟ ସେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top