ଓଡ଼ିଶା

ଖୋଲାଖୋଲି ସାରର କଳାବଜାର ନେଇ ଅସନ୍ତୋଷ

ଟିଟିଲାଗଡ ୨୪-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳର ସାଧାରଣ ଚାଷୀ ପ୍ରଥମେ ବିହନର ଅଭାବ ନେଇ ଦୁର୍ଦଶାର ଶିକାର ହୋଇଥିବା ବେଳେ ଏବେ ୟୁରିଆ ସାର ନ ପାଇବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପ୍ରକାଶଯେ, ପ୍ରତି ୟୁରିଆ ସାର ବସ୍ତା ଦୁଇ ଶହ କୋଡ଼ିଏରେ ଚାଷୀ ପିଛା ସରକାରୀ ଭାବେ ବଣ୍ଟନ ପାଇଁ ଆସିଥିବା ବେଳେ ଉକ୍ତ ସରକାରୀ ସାରକୁ କିଛି ସରକାରୀ ଅଧିକାରୀ ମଧୁ ଚନ୍ଦ୍ରିକା କରି କଳା ସାର ବ୍ୟବସାୟୀଙ୍କୁ ବିକ୍ରି କରିଦେଇଛନ୍ତି। ଉକ୍ତ ସାରପାଇଁ ଚାଷୀ ଧାଡି ବାନ୍ଧି ଠିଆ ହୋଇ ରହି ଚାରିଶହ ତିରିଶି ଟଙ୍କାରୁ ଚାରିଶ ପଚାଶ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି। ଟିଟିଲାଗଡ଼, ମୁରିବାହାଲ, ସଇଁତଳା, ବଙ୍ଗୋମୁଣ୍ଡା ଆଦି ବ୍ଲକ ଅଂଚଳରେ ସାରର ଖୋଲାଖୋଲି କଳାବଜାର ସହ ଚଢା ଦର ଦେଇ ସୁଦ୍ଧା ସାର ପାଇ ନ ପରି ହଟହଟା ହେଉଥିବା ବେଳେ ଉଚ୍ଚପଦାଧିକାରୀ ନିରବ ରହିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top