ଖୋର୍ଦ୍ଧା ସଂସ୍କୃତି ଭବନ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା ୨/୧୦  (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ସଂସ୍କୃତି ଭବନ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି ।ଏହାକୁ ଖୋର୍ଦ୍ଧା ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ  ଉଦଘାଟନ କରିଥିଲେ।ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, PD ମୁସଲିମ୍ ପଣ୍ଡିତ ହିନ୍ଦୁପଣ୍ଡିତ ସାମ୍ବାଦିକ ବୁଦ୍ଧିଜୀବୀ ପ୍ରଭୃତି ଉପସ୍ଥିତ ରହି ଗାନ୍ଧୀଙ୍କ ବିଷୟରେ ଆଲୋଚନା କରିବା ସହ ତାଙ୍କର ପ୍ରତିମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପ୍ରଥମେ କୋରାନ ପାଠ କରାଯାଇଥିଲା ଏହା ପରେ ହିନ୍ଦୁ ପଣ୍ଡିତଙ୍କ ଦ୍ଵାରା ବେଦପାଠ କରାଯାଇଥିଲା ।ଏହି ସଭାରେ ଐତିହାସିକ ସତ୍ୟବାଦୀ ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ରହିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ମଧ୍ୟ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ବିଷୟରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *