ଜିଲ୍ଲା ପରିକ୍ରମା

ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ବୌଦ୍ଧଜିଲାରେ ଆରମ୍ଭ ନହେଲେ ବିଜେପି ଆନେ୍ଦାଳନକୁ ଓହ୍ଲାଇବ

ବୌଦ୍ଧ, ୧୭ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଜିଲାରେ ଦୀର୍ଘ ୧୭ ବର୍ଷ ହେଲା ଶାସକ ବିଜେଡି ଦଳ କ୍ଷମତାରେ ରହିଥିବାବେଳେ ଏଠାକାର ବିଧାୟକ ରାଜ୍ୟ ରାଜନିତୀରେ ଅନେକ ଗୁରୁତ୍ୱପୁର୍ଣ୍ଣ ପଦବି ହାସଲ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ବିଧାୟକଙ୍କ ଇଛାଶକ୍ତିର ଅଭାବ ଯୋଗୁୂଁ ୨୪ ବର୍ଷର ଜିଲାରେ ଆଜି ନାହିଁ ନାହିଁରେ ଗତି କରୁଛି ବୋଲି ଜିଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଶୁକ୍ରବାର ସ୍ଥାନୀୟ ପୁର୍ତ୍ତବିଭାଗ ବଙ୍ଗଳାଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ସୌମିତ୍ରୀ ନାୟକ ଜିଲାର ଉନ୍ନତିରେ ଶାସକ ଦଳର ଦୋମୁହାଁ ନିତିକୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଜିଲାରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନଥିବା ଅଭିଯୋଗ କରିଥିଲେ । ତେବେ ବୌଦ୍ଧବାସୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ପାଇଁ ତୁରନ୍ତ ଜମି ଅଧିଗ୍ରହଣ ପ୍ରକି୍ରୟା ସହିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନହେଲେ ଜିଲା ବିଜେପି ଆନେ୍ଦାଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ଶ୍ରୀନାୟକ ପ୍ରକାଶ କରିଥିଲେ । ଆହୁରି ମଧ୍ୟ ବୌଦ୍ଧ ଏନଏସିରେ ବ୍ୟାପକ ଅର୍ଥ ହରିଲୁଟ ଚାଲିଥିବାବେଳେ ନିର୍ବାଚନ ଆସିଲେ ମର୍ଜାକୁଦବାସୀଙ୍କ ପାଇଁ ସେତୁ କଥା ଶାସକ ଦଳର ମନେ ପଡେ ବୋଲି ଶ୍ରୀନାୟକ ତାତ୍ସଲ୍ୟ କରିଥିଲେ । ଏହାବ୍ୟତୀତ ମହାନଦୀ କୁଳେ କୁଲେ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ଆସିଥିବା ଅନୁଦାନ ଖର୍ଚ୍ଚ ହୋଇନପାରି ଫେରିଯାଇଥିବାବେଳେ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ବନ୍ୟା ଦାଉରୁ ବୌଦ୍ଧବାସୀଙ୍କ ସୁରକ୍ଷା ପାଇଁ ଏକ ରିଂ ରୋଡ ନିର୍ମାଣ,ପ୍ରସ୍ତାବିତ ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ,ବିଶୁଦ୍ଧ ପାନୀୟଜଳ ଯୋଗାଣ ଆଦି ପ୍ରମୁଖ ଦାବି ବିଜେପି ପକ୍ଷରୁ କରାଯାଇଛି । ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେପି ଆନେ୍ଦାଳାନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ସଭାପତି ଶ୍ରୀନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଯୁଗଳ ସାହୁ, ବରିଷ୍ଠ ନେତା ସଚ୍ଚିଦାନନ୍ଦ ଦଲାଲ,ମାଗୁଣୀ ଗାଇଗୈାରୀଆ, ବିପ୍ରଚରଣ ମହାନ୍ତି, ସରୋଜ ପ୍ରଧାନ ଓ ସୁଧାଂଶୁ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top