ଓଡ଼ିଶା

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ କ୍ରିୟାନୁଷ୍ଠାନ କିମଟି ବୌଦ୍ଧ ଶାଖା ପକ୍ଷରୁ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ବୌଦ୍ଧ, ୨୬ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପଶ୍ଚିମ ଓଡିଶାର ଲାଇଫ ଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ କ୍ରିୟାନୁଷ୍ଠାନ କିମଟି ବୌଦ୍ଧ ଶାଖା ପକ୍ଷରୁ ଜିଲାପାଳଙ୍କୁ ଭେଟି ତୁରନ୍ତ ଭୁମି ଅଧିଗ୍ରହଣ କାର୍ଯ୍ୟ କରିବାକୁ କହିବା ସହ ଏକ ପାଞ୍ଚ ଦଫା ଦାବି ପତ୍ର ପ୍ର୍ରଦାନ କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ହୋଇଥିବାବେଳେ ବୌଦ୍ଧ ଜିଲାରେ ୧୧୦ କିମି ଦୈର୍ଘ୍ୟ ରହିଥିବା ବେଳେ ୩୦୬୭.୦୭୫ ଏକର ଜମିର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କିମିଟି ପକ୍ଷରୁ ଗତ ୧୬ ତାରିଖରେ ସୋନପୁର ଠାରେ ଏକ ବୈଠକରେ ଏହାର କାର୍ଯ୍ୟକୁ ନେଇ କିମିଟି ପକ୍ଷରୁ ଉଦବେଶ ପ୍ରକାଶ ପାଇଥିଲା। ବିଶେଷ ଭାବେ ବୌଦ୍ଧ ଜିଲାରେ ଦେଇ ୧୧୦ କିମି ରେଳପଥ ଯାଉଥିବା ବେଳେ ଏହି ଜିଲାରେ ଏହି ରେଳପଥ କାର୍ଯ୍ୟ ପୁରାପୁରି ଠପ ହୋଇଯାଇଥିବା ଅଭିଯୋଗ ହେଉଛି। ଏନେଇ କ୍ରିୟାନୁଷ୍ଠାନ କିମଟି ବୌଦ୍ଧ ଶାଖା ପକ୍ଷରୁ ଆବାହକ ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ପୁର୍ବତନ ବିରୋଧି ଦଳ ନେତା ସଚିଦାନନ୍ଦ ଦଲାଲ, ବୌଦ୍ଧ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅଖିଳଚାନ୍ଦ ମହାପାତ୍ର, ବରିଷ୍ଠ ନାଗରିକ ଶିବନାରାୟଣ ଦାସ, ବିପ୍ରଚରଣ ମହାନ୍ତି, ସୁର୍ଯ୍ୟନାରାୟଣ ମହାପାତ୍ର, ଇଂ ରାକେଶ ତ୍ରିପାଠୀ, ଗୌର ଶତପଥି, ଜିଲା ସାମ୍ବାଦିକ ସଂଘ ସଭାପତି ସମ୍ପଦ ଅଗ୍ରୱାଲା ପ୍ରମୁଖ ଜିଲାପାଳ ସିତାଂଶୁ କୁମାର ରାଉତ ଙ୍କୁ ଭେଟି ଆଲୋଚନା କରିବା ସହ ୫ ଦଫା ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଭୂଅର୍ଜନ ସ୍ଥାୟୀ କାର୍ଯ୍ୟାଳୟ ସାଙ୍ଗକୁ ଜମି ଅଧିଗ୍ରହଣ ନେଇ ସମସ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି, ପ୍ରତି ତିନି ମାସରେ ଜମି ଅଧିଗ୍ରହଣ ସ୍ଥିତିର ସମୀକ୍ଷା ବୈଠକ, ସରକାରୀ ତଥା ଜଙ୍ଗଳ ଜମି ଯଥାଶିଘ୍ର ରେଳ କତ୍ତୃପକ୍ଷଙ୍କୁ ହସ୍ତାନ୍ତର, ନଦୀ ଗୁଡିକ ଉପରେ ତୁରନ୍ତ ବ୍ରିଜ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ଆଦି ଦାବି କରାଯାଇଛି। ଆଲୋଚନା ପରେ ଯଥାଶିଘ୍ର କାର୍ଯ୍ୟାଳୟ ଖୋଲିବା, ସରକାରୀ ଜାଗା ଯୋଗାଇବା ସହିତ ମନମୁଣ୍ଡା ପଟୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲାପାଳ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top