ଖେଳ

ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଛତିଶଗଡ କ୍ଲବକୁ ହରାଇ ମୁକ୍ତେଶ୍ୱର କ୍ଲବ ସେମିରେ

ଖୋର୍ଦ୍ଧା, ୧୯/୪ (ଓଡ଼ିଆ ପୁଅ)-ବିଜେବି ହାଇସ୍କୁଲ ପଡ଼ିଆରେ ଚାଲିଥିବା ୩ୟ ରାତ୍ରିକାଳୀନ ସର୍ବଭାରତୀୟ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ର ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଆଜି ଠାରୁ ଆରମ୍ଭ ହୋଇଛି। ଏଥିରେ ଛତିଶଗଡ଼ ଏକାଦଶକୁ ୪୨ରନ୍ରେ ହରାଇ ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱର ଦଳ ସେମିରେ ପ୍ରବେଶ କରିଛି।

ଛତିଶଗଡ଼ ଦଳ ଟସ୍ରେ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ମୁକ୍ତେଶ୍ୱର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ରନ୍ କରିଥିଲେ। ଦଳ ପକ୍ଷରୁ ସିଦ୍ଧାନ୍ତ ଜେନା ୨୫ଟି ବଲରୁ ୧୦ ଚୌକା ସହାୟତାରେ ବିସ୍ଫୋରକ ୪୭ରନ୍, କାର୍ତିକ ବିଶ୍ୱାଳ ୨୧ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୫ରନ୍ ଏବଂ ସତ୍ୟଜିତ୍ ସାବତ ୧୬ବଲରୁ ୧୬ରନ୍ କରିଥିଲେ। ଛତିଶଗଡ଼ ଏକାଦଶ ପକ୍ଷରୁ ମହମ୍ମଦ ଇର୍ଫାନ୍ ୪ଓଭରରେ ୨୪ରନ୍ ଦେଇ ୨ଟି ଓ ଗଗନଦୀପ ସିଂ ୪ଓଭରରେ ୨୩ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଜବାବରେ ଛତିଶଗଡ଼ ଦଳ ୧୬୬ରନ୍ର ପିଛା କରି ୨୦ ଓଭରରେ ୯ୱିକେଟ୍ରେ ମାତ୍ର ୧୨୪ରନ୍ କରିଥିଲେ। ଦଳ ପକ୍ଷରୁ ବିପିନ ସିଂ ସର୍ବାଧିକ ୨୨ରନ୍ କରିଥିବା ବେଳେ, ଅଭିଶେକ ଜେନ୍ ୧୨ଟି ବଲରୁ ୧୮ରନ୍ କରିଥିଲେ। ମୁକ୍ତେଶ୍ୱର ଦଳ ପକ୍ଷରୁ ଦତତ୍ରୟ ମିଶ୍ର ଓ କାର୍ତିକ ବିଶ୍ୱାଳ ୨ଟି ଲେଖାଁଏ ୱିକେଟ୍ ନେଇଥିଲେ। ଫଳରେ ମୁକ୍ତଶ୍ୱେର ଦଳ ୪୨ରନ୍ରେ ବିଜୟୀ ହୋଇଥିଲା। ଆଜିର ମ୍ୟାଚ୍ରେ ଅତିଥି ଭାବେ ପ୍ରଦୀପ ପଟ୍ଟନାୟକ ଯୋଗଦେଇ ଶ୍ରେଷ୍ଠ ଖେଳାଳୀ ଭାବେ ମୁକ୍ତେଶ୍ୱର ଦଳର କାର୍ତିକ ବିଶ୍ୱାଳଙ୍କୁ ଏଚ୍ଏଚ୍ ଟାଇନ୍ସ ପକ୍ଷରୁ ଏକ ହାତଘଂଟା ପ୍ରଦାନ କରିଥିଲା। ଆଜିର ପୁରସ୍କାର ବିତରଣ ଉତ୍ସବ ସମୟରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁ ଯୋଗଦେଇ ଖୋର୍ଦ୍ଧା କପ୍ର ଅପ୍ ଡ଼େଟ୍ ରନ୍ CRICLEAGUE.IN (କ୍ରିକ୍ଲିଗ.ଇନ୍) ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ସଂପାଦକ ବିକାଶ ପ୍ରଧାନ, ଜିଲ୍ଲା ବିଜୁଜନତା ଦଳର ସଭାପତି ବିଭୁତିଭୂଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଦଳେଇ, ଜିଲ୍ଲା ବିଜେଡ଼ି ସଂପାଦକ ପ୍ରକାଶ କୁମାର ଦାସ ଓ ଟୁର୍ନାମେଂଟ୍ର ଅଧ୍ୟକ୍ଷ ଅଭିଶେଷ ସିଂସାମନ୍ତ ପ୍ରମ୍ମୁଖ କର୍ମକର୍ତାମାନେ ଏଥିରେ ଉପସ୍ଥିତ ଥିଲେ। ଆଜିର ମ୍ୟାଚ୍କୁ ଦୁର୍ଗାଦତ ଦାଶ ଓ ପ୍ରୀତିରଂଜନ ବିଜୟସିଂ ପରିଚାଳନା କରିଥିବା ବେଳେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ମ୍ୟାଚ୍ ରେଫରୀ କାର୍ଯ୍ୟ ତୁଲାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top