ଓଡ଼ିଶା

ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହେଉନଥିବାରୁ ବୌଦ୍ଧ ଜିଲାରେ ଅସନ୍ତୋଷ ବୃଦ୍ଧି ପାଉଛି

ବୈାଦ୍ଧ, ୧୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପାଶ୍ଚିମ ଓ ପୂର୍ବ ଓଡ଼ିଶା ମଧ୍ୟରେ ଅନ୍ୟତମ ସଂଯୋଗର ସେତୁ ହେବାକୁଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ବୌଦ୍ଧଜିଲାରେ ଅଭିଯୋଗ ଶୁଣାଣୀ ପ୍ରକିୟା ସମାପନ ହୋଇସାରିଥିବାବେଳେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ସାଧାରଣରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ନୂତନ ଓସାରିଆ ରେଳପଥ ସଂଯୋଗ ପାଇଁ ବୈାଦ୍ଧଜିଲ୍ଲାର ସମୁଦାୟ ୧୦୮ଟି ଗ୍ରାମରୁ ଜମି ପ୍ରଭାବିତ ହେବାକୁ ଯାଉଛି। ଏହି ରେଳପଥ ଜିଲ୍ଲାର ହରଭଙ୍ଗା ତହସିଲର ଗୋଚ୍ଛାସାହି ଗ୍ରାମରୁ ଆରମ୍ଭ ହୋଇ କଣ୍ଟାମାଳ ତହସିଲର ଦେଉଳି ଗ୍ରାମ ପର୍ଯ୍ୟନ୍ତ ୧୦୭ କିଲୋମିଟର ନିର୍ମାଣ ହେବ। ମିଳିଥିବା ତଥ୍ୟ ମୁତାବକ ଏହି ୧୦୮ ଗ୍ରାମ ମଧ୍ୟରୁ ୧୦୨ଟି ଗ୍ରାମରୁ ୨୧୫୮.୬୫୫ଏକର ବେସରକାରୀ ଜମି ୫୦୧.୫୬୦ଏକର ସରକାରୀ ଜମି ଏବଂ ୧୧୯.୨ ଏକର ଜଙ୍ଗଲ ଜମି ଅଧିଗ୍ରହଣ କରାଯିବ ଏବଂ ଅବଶିଷ୍ଟ ଛଅ ଗୋଟି ଗ୍ରାମରୁ କେବଳ ୮୯.୨୬୦ ଏକର ସରକାରୀ ଜମି ଏବଂ ୧୭.୪୩୦ ଏକର ଜଙ୍ଗଲ ଜମି ଅଧରଗ୍ରହଣ କରାଯିବ। ଏହି ରେଳପ୍ରକଳ୍ପ ପାଇଁ ଜିଲ୍ଲାରେ ମୋଟ ୨୧୫୮.୬୫୫ ଏକର ବେସରକାରୀ ଜମି ୧୩୬.୬୬୦ ଏକର ଜଙ୍ଗଲ ଜମି ୫୯୦.୮୨୦ ଏକର ସରକାରୀ ଜମି ସମୁଦାୟ ୨୮୮୬ . ୧୩ ଏକର ଜମି ପ୍ରଭାବିତ ହେବ। ଏଥିରେ ପ୍ରଭାବିତ ହେଉଥିବା ଗୋଚର ଏବଂ ଶ୍ମସାନ ଜମି ପାଇଁ ପ୍ରକଳ୍ପ ତରଫରୁ ପ୍ରତି ବଦଳରେ ଅତିରିକ୍ତ ୧୨୨.୭୫୦ ଏକର ବେସରକାରୀ ଜମି ୨୧୫୮.୬୫ ଏକର ଜମି ମଧ୍ୟରେ ଅନ୍ତର୍ଭୂକ୍ତ କରାଯାଇଛି। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ୧୦୨ ଗ୍ରାମର ଜମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାବ ଆକଳନ ସଂସ୍ଥାଙ୍କ ଆନୁକୁଲ୍ୟରେ ସାମାଜିକ ଆକଳନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତିନିଗୋଟି ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ସାମାଜିକ ପ୍ରଭାବ ଆକଳନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଯେଉଁ କିଛି ପରିବାର ବିସ୍ଥାପିତ ହେବାର କିମ୍ବା ଜୀବନ ଜିବୀକା ପ୍ରଭାବିତ ହେବାକୁ ଯାଉଛି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ, ଜମିଅଧିଗ୍ରହଣରେ ସ୍ୱଚ୍ଛତା, ଥଇଥାନ ଓ ପୂନର୍ବାସ ଅଧିନିୟମ ୨୦୧୩ ଅନୁଯାଇ କ୍ଷତିପୂରଣ ଦିଆଯିବ ଏବଂ ସେମାନଙ୍କ ଜୀବନ ଜିବୀକାର ପୂନଃ ଥଇଥାନ ପାଇଁ ପଦକ୍ଷେପ ନିଆଯିବ। ୧୦୨ଟି ଗ୍ରାମର ଜନଶୁଣାଣୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ପରିଚାଳନା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଭାବିତ ହେଉଥିବା ପରିବାରକୁ କ୍ଷତିପୂରଣ ଦେବା ସାଙ୍ଗେ ସଙ୍ଗେ ଜୀବନ ଜିବୀକା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ପ୍ରଭାବିତ ପରିବାରକୁ କର୍ମସଂସ୍ଥାନ ଯୋଗାଇଦେବା ନିମନ୍ତେ ଏବଂ ରୋଜଗାର କ୍ଷମ ହେବା ନିମନ୍ତେ ସ୍ଥାନୀୟ ଶିଳ୍ପ ସମନ୍ଧୀୟ ତାଲିମ ସଂସ୍ଥା ଓ ପଲିଟେକନିକ ଅନୁଷ୍ଠାନ ତରଫରୁ ସମସ୍ତ ସୁବିଧା ସୁଯୋଗ ଦେବା ନିମନ୍ତେ ପ୍ରଶାସନ ସ୍ଥିର କରିବା ପାଇଁ ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥିର କରାଯାଇଛି। ତେବେ ଜାତୀୟ ରାଜପଥ ନିର୍ମାଣ ସହିତ କ୍ରମ ବିକାଶରେ ଅଗ୍ରସର ହେଉଥିବା ବୌଦ୍ଧଜିଲାରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ହେଲେ ଯୋଗାଯୋଗ କ୍ଷେତ୍ରରେ ବିପ୍ଳବ ସୃଷ୍ଟି ହେବାକୁ ଯାଉଛି। ସଡକ ପଥରେ ମହାନଦୀ ଉପରେ ବୌଦ୍ଧ କିଆକଟା ସେତୁ ନିର୍ମାଣପରେ ଧଳପୁର ଆଠମଲ୍ଲିକକୁ ସଂଯୋଗ ପାଇଁ ଦ୍ୱିତିୟ ସେତୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସେହିପରି କଂଟାମାଳ ବ୍ଲକ ସହିତ କଳାହାଣ୍ଡି ଓ ଫୁଲବାଣୀକୁ ସଡକପଥର ଉନ୍ନତିକରଣ ହୋଇସାରିଥିବାବେଳେ ତେଲ ନଦୀ ଉପରେ ତିନୋଟି ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଯୋଗାଯୋଗ କ୍ଷେତ୍ରରେ ଯେଉଁ ଅଂଚଳ ଯେତେ ସମୃଦ୍ଧ ସେହି ଅଂଚଳର ସେତିକି ଉନ୍ନତି ହୋଇଥାଏ। ତେଣୁ ଏହି ବହୁ ପ୍ରତୀକ୍ଷିତ ରେଳ ପଥ ନିର୍ମାଣ ପାଇଁ ଯଥାଶିଘ୍ର ଜମି ଅଧିଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top