ଖେଳ

ଖେଲୋ ଭାରତ ସଂଗୀତ ଉନ୍ମୋଚନ କଲେ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର – ଷ୍ଟାର ସ୍ପୋର୍ଟ୍ସ ନେଟଓା୍ୱର୍କ ଏବଂ ହଟଷ୍ଟାରରେ ହେବ ପ୍ରସାରଣ

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) କ୍ରୀଡ଼ାରେ ଜନଭାଗିଦାରି ଏବଂ ଉତ୍କର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଖେଲୋ ଭାରତ ସଂଗୀତର ଉନ୍ମୋଚନ କରିଛନ୍ତି। ୨୦୧୮ ଜାନୁଆରୀ ୩୧ ତାରିଖରେ ଏହା ଆରମ୍ଭ ହେବ। ଖେଲୋ ଭାରତ ସ୍କୁଲ କ୍ରୀଡ଼ା ପ୍ରଥମ କାର୍ଯ୍ୟକ୍ରମ ହେବ ଯାହାକି ସମଗ୍ର କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମର ଏକ ପରିଭାଷିତ ମାନଦଣ୍ଡ। ଭାରତର ଅଗ୍ରଣୀ ଖେଳ ପ୍ରସାରକ ଚାନେଲ ଷ୍ଟାର ସ୍ପୋର୍ଟ୍ସ ଏହାର ଏକ ବ୍ରଡକାଷ୍ଟିଂ ପାର୍ଟନର।

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଖେଲୋ ଭାରତ ସଂଗୀତର ଉନ୍ମୋଚନ କରିଛନ୍ତି ଯାହାକି ଏକ ଉତ୍ସାହଜନକ ରଚନା ଅଟେ ଏବଂ ଦେଶରେ ସମୃଦ୍ଧ ଖେଳ ସଂସ୍କୃତିର ପୋଷଣ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଅବସରରେ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ଯେ, “ଖେଲୋ ଭାରତ ହେଉଛି ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ, ଯାହାକି ମଜଭୁତ ଖେଳ ପ୍ରଣାଳୀ ନିର୍ମାଣ ଉପରେ କେନ୍ଦ୍ରୀଭୁତ ଏବଂ ଆଥଲେଟମାନଙ୍କର ଦୀର୍ଘକାଳୀନ ପେଶାଦାର ବିକାଶ ପାଇଁ ପ୍ରତିବଦ୍ଧ। ଆମେ ଏହି ପଦକ୍ଷେପକୁ ଯେତେଦୂର ପର୍ଯ୍ୟନ୍ତ ସମ୍ଭବ ଦେଶରୁ ଅଧିକରୁ ଅଧିକ ଖେଳାଳି ଏବଂ ଆକାଂକ୍ଷିତ ମାନଙ୍କ ପର୍ଯ୍ୟନ୍ତ ନେଇଯିବାକୁ ଚାହୁଁ। ସେ କହିଲେ ଯେ ଆମେ ଖେଲୋ ଭାରତ ଜରିଆରେ ଭଲ ଖେଳାଳିମାନଙ୍କର ସଂଖ୍ୟା ବଢ଼ାଇବୁ। ପ୍ରଥମ ଥର ପାଇଁ ଏହି କ୍ରୀଡ଼ାର ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସରେ କରାଯିବ ଯାହାକି ଅଧିକ ସଂଖ୍ୟାରେ ଯୁବକମାନଙ୍କୁ ପ୍ରୋତ୍ସାହିତ କରିବ ଏବଂ ଏହା ଆଗାମୀ ବର୍ଷମାନଙ୍କରେ ଏହା ଖେଳ କ୍ରାନ୍ତିର ଅଂଶବିଶେଷ ହେବ।”

ଷ୍ଟାର ଇଣ୍ଡିଆର ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ଗୁପ୍ତା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଗୀତ ଓଗିଲଭି ଦ୍ୱାରା ନିର୍ମାଣ କରାଯାଇଛି। ଏହାକୁ ଲୁଇସ ବ୍ୟାଙ୍କ ଦ୍ୱାରା କମ୍ପୋଜ କରାଯାଇଛି ତଥା ଏହି ଚଳଚ୍ଚିତ୍ରର ନିର୍ମାଣ ନିର୍ବାଣ ଫିଲ୍ସ ଦ୍ୱାରା କରାଯାଇଛି। ଖେଲୋ ଭାରତ ସ୍କୁଲ କ୍ରୀଡ଼ାର ଆୟୋଜନ ଜୱାହାରଲାଲ ନେହେରୁ ଷ୍ଟାଡିୟମ, ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମ କମ୍ପ୍ଲେକ୍ସ, ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ, କର୍ଣ୍ଣି ସିଂ ସୁଟିଂ ରେଞ୍ଜ ଏବଂ ଡଃ ଏସପିଏମ ସ୍ୱିମିଂ କମ୍ପ୍ଲେକ୍ସ ସମେତ ସମଗ୍ର ଦିଲ୍ଲୀର ବିଭିନ୍ନ ସ୍ଥାନରେ କରାଯାଉଛି। ବିଦ୍ୟାଳୟ କ୍ରୀଡ଼ାରେ ତୀରନ୍ଦାଜୀ, ଆଥଲେଟିକ୍ସ, ବ୍ୟାଡମିଂଟନ, ବାସ୍କେଟବଲ, ବକ୍ସିଂ, ଫୁଟବଲ, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, କବାଡି, ଖୋ-ଖୋ, ସୁଟିଂ, ଭଲିବଲ, ଭାରୋତୋଳନ ଏବଂ କୁସ୍ତି ଆଦି ୧୬ଟି ଖେଳରେ ପ୍ରତିଯୋଗିତା ମାନ ଆୟୋଜିତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top