ଖେଲୋ ଇଣ୍ଡିଆର ପହଂଚ ୨୦୦ ମିଲିଅନ ଟପିଲା

ନୂଆଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଜାନୁଆରୀ ୧୫ରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଗୀତ ଦେଶରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିନେଇଛି। ଏହି ଗୀତ ୟୁ ଟ୍ୟୁବ, ଫେସବୁକ, ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମ ପରି ଡିଜିଟାଲ ମଂଚରେ ୨୦୦ ମିଲିଅନରୁ ଅଧିକ ଲୋକଙ୍କ ପାଖରେ ପହଂଚି ପାରିଛି। ଏହି ଗୀତ ଅନେକ ଜଣାଶୁଣା ହସ୍ତୀ ଏବଂ ରାଜନେତାମାନଙ୍କ ହୃଦୟକୁ ଛୁଇଁ ପାରିଛି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ସୋସିଆଲ ମିଡିଆ ଚାନେଲରେ ଏହାକୁ ରଖିଛନ୍ତି।

ଗତ ସୋମବାର ଦିନ ନୂଆଦିଲ୍ଲୀଠାରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ଏହି ଗୀତର ଆରମ୍ଭ କରିଥିଲେ।

ଖେଲୋ ଇଣ୍ଡିଆର ପ୍ରାରମ୍ଭ ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ା ସହିତ କରାଯାଇଥିଲା, ଯାହାକି ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଏକ ପଦକ୍ଷେପ। ଏହା ଯୁବକମାନଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଏବଂ ଉକ୍ରୃଷ୍ଟତାକୁ ବୃଦ୍ଧି କରିବାରେ ସହାୟତା କରିଛି।

ଖେଲୋ ଇଣ୍ଡିଆ ଗୀତ ଟେଲିଭିଜନ, ଓଓଏଚ ଏବଂ ଅନ୍ୟ ଗଣମାଧ୍ୟମ ମାନଙ୍କରେ ପ୍ରସାରଣ ପାଇଁ ପ୍ରସ୍ତୁତ କରାଯାଇଛି। ଓଗିଲବି ଏହି ଗୀତର ପରିକଳ୍ପନା କରିଛି। ଲୁଇ ବ୍ୟାଙ୍କ ଏହାର ରଚନା କରିଛି ଏବଂ ଏହାର ଚଳଚ୍ଚିତ୍ର ନିର୍ମାଣ କରିଛି ନିର୍ବାଣ ଫିଲ୍ମ।

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିବର୍ଷ ୧୦୦୦ ଖେଳାଳିଙ୍କର ଚୟନ କରାଯିବ। ସେମାନଙ୍କୁ ଲଗାତର ୮ ବର୍ଷ ଯାଏଁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ଛାତ୍ରବୃତି ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *