ଜିଲ୍ଲା ପରିକ୍ରମା

ଖୁୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଘଟଣ

ଖଡିଆଳ/ନୂଆପଡା-୩୧.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ ଅନ୍ତର୍ଗତ ଖୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ହୋଇଛି । ଏହି ଅଘଟଣରେ ଶହ ଶହ ଛାତ୍ର ଛାତ୍ରୀ ଅଳ୍ପକେ ବର୍ତି ଯାଇଥିବା ବେଳେ ତାଙ୍କ ଜୀବନରୁ ଏକ ବଡଧରଣର ବିପଦ ଟଲିଯାଇଅଛି । ଖୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ୍ୟାର୍ଣ୍ଣ ଭୋଜନ ପ୍ରସ୍ତୁତ ପାଇଁ ଗ୍ୟାସ ଟାଙ୍କିରେ ରନ୍ଧା ଯାଇଥିଲା । ରନ୍ଧା ହେଉ ଥିବା ଗ୍ୟାସ ଟାଙ୍କିରେ ଅଗ୍ନି ଲାଗିବା କାରଣରୁ ପାଚକ ପାଚିକା ମାନେ ଜୀବନ ବ୍ୟାକୁଳରେ ସ୍କୁଳ ପରିସର ମଧ୍ୟରୁ ବାହାରି ପଡିଥିଲେ । ସେହିପରି ଏହି ଘଟଣା ଦେଖି ସ୍କୁଳ ପରିସର ମଧ୍ୟରୁ ଛାତ୍ର ଛାତ୍ରୀମାନେ ମଧ୍ୟ ନିଜ ଜୀବନ ସୁରକ୍ଷା ନେଇ ପାଚେରୀ ଆରପାରିକୁ ଚାଳିଯାଇଥିଲେ । ସ୍କୁଳ ପରିସର ମଧୟରେ ଉତେଜନା ଲାଗି ରହିଥିବା ବେଳେ ଘଟଣା ଖବର ପାଇ ଖଡିଆଳ ଅଗ୍ନୀ ସେବା ଶ୍ରମ ବିଭାଗ ପହଂଚି ଅଗ୍ନୀ ଉପରେ ଆୟତ୍ୱ ପାଇଥିବା ବେଳେ ଆଜି ଏକ ବଡଧରଣର ଅଘଟଣରୁ ଛାତ୍ର ଛାତ୍ରୀମାନେ ବର୍ତିଯାଇଛନ୍ତି । ପ୍ରତି ଦିନ ଭଳି ଆଜି ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟ୍ୟାର୍ଣ୍ଣ ଭୋଜନ ପ୍ରସ୍ତୁତ ପାଇଁ ପାଚିକ ରନ୍ଧା ପ୍ରସ୍ତୁତ କରିଥିଲେ । ସ୍କୁଳ ପରିସର ମଧ୍ୟରେ ଥିବା ରୋଷେଇ ଘରରେ ଏକ ଗ୍ୟାସ ଚୂଲା ଏବଂ ଟାଙ୍କି ସାହାର୍ଯ୍ୟରେ ରନ୍ଧା ପ୍ରସ୍ତୁତ ହେଉଥିବା ବେଳେ ରେଗୁଲେଟର ଠିକ ରୂପେ ଖଞ୍ଜା ଯାଇନଥିବାରୁ ଟାଙ୍କିରେ ଅଗ୍ନି ଲାଗିଥିଲା । ପ୍ରଧାନ ଶିକ୍ଷକ ଏବଂ କର୍ମଚାରୀଙ୍କ ବେପରବା ଏବଂ ଖାମଖିଆଲି ନିତି କାରଣରୁ ଅଗ୍ନିକାଣ୍ଡ ହୋଇଥିବା ନିଜେ ପ୍ରଧାନ ଶିକ୍ଷକ ସ୍ୱୀକାର କରିଛନ୍ତି । ଅନ୍ୟ ଦିନମାନଙ୍କରେ ନିଜେ ରେଗୁଲେଟର ଖଞ୍ଜୁଥିବା ବେଳେ ଆଜି ପାଚିକ ଠିକ ରୂପେ ରେଗୁଲେଟରକୁ ଖଞ୍ଜିନଥିଲେ । ଫଲରେ ଗ୍ୟାସ ଟାଙ୍କିରେ ଅଗ୍ନି ଲାଗି ଏକ ବଡଧରଣର ଅଘଟଣ ହୋଇଅଛି । ଅପର ପକ୍ଷେ ଅଗ୍ନି ସେବା ଶ୍ରମ ବିଭାଗ ଅଧିକାରୀ ମାନଙ୍କ ଦ୍ୱାରା ଏକ ବଡଧରଣ ଦୁର୍ଘଟଣାରୁ ବଞ୍ଚାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top