ଖୁସି ଲାଗେ ମୋତେ…….

-ନରେନ୍ଦ୍ର ପ୍ରସାଦ ବେହେରା

ଗାଁର ପଖାଳ…..ଗାଁ ହାଟ,
ଗାଁ ସାଙ୍ଗ ସାଥୀ….ସଞ୍ଜରେ ଭେଟ ।
ଗାଁର ଚକୁଳି ଆରିସା ପିଠା,
ଗାଁ ଭାଗବତ ଖଞ୍ଜଣୀ ପିଟା ।
ଗାଁର ବରଷା ଗାଁର ଖରା,
ଗାଁ ଦୀପାବଳି …ଝାମୁ ଯାତରା ।
ଗାଁର ଚନ୍ଦନ ….ଗାଁର ରାସ,
ଗାଁ ଭାଇବନ୍ଧୁ ମେଳରେ ….ହସ ।
ଗାଁ ମାଟି ମୋର ମା’ ସମାନ,
କଳି ପାରିବିନି ତା’ ଅବଦାନ ।
ଗାଁ ନୁହେଁ ସେତ ସରଗପୁର,
ଦୂରରୁ କରଇ ଲକ୍ଷେ ଜୁହାର ।

ଆଳଦା,ଖଇରା,ବାଲେଶ୍ୱର(ଓଡିଶା)

Leave a Reply

Your email address will not be published. Required fields are marked *