ଖୁବ ଶୀଘ୍ର ଡାକ ସେବାରେ ଆଧୁନୀକରଣ : ମହାଡାକପାଳ

ପୁରୀ, ୧୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସର୍ବଭାରତୀୟ ଡାକପ୍ରଶାସନିକ କର୍ମଚାରୀ ୟୁନିୟନର କେନ୍ଦ୍ରୀୟ କାର୍ଯ୍ୟକାରୀଣୀ ବୈଠକ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାଡାକପାଳ ଡଃ ଏସ.କେ କାମିଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ ସେବାରେ ଆଧୁନିକ କରଣ କରାଯିବ ବୋଲି ସୂଚନା ଦେଇ କହିଲେ ଯେ ଅଧିକ ଲୋକଙ୍କ ପାଖରେ କିପରି ଡାକ ସେବା ପହଁଚି ପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୁକନ୍ୟା ସମୃଦ୍ଧି ଓ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଦେଶର ଅଧିକାଂଶ ଗରିବ ଲୋକ ଉପକୃତ ହେବେ। ଏହି ସବୁ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ଡାକକର୍ମଚାରୀ ମାନେ ଲୋକଙ୍କୁ ଅବଗତ କରାଇବାକୁ ଭାରତୀୟ ଡାକସେବା ତାହାର ବିଶ୍ୱସନୀୟତା ବଜାଇ ରଖିଛି। ଡାକସେବାକୁ ଅଧିକ କ୍ରିୟାଶୀଳ କରିବାକୁ ସରକାରେ ନିଷ୍ପତି ନେଇଥିବା ସେ ସୂଚନା ଦେଇଥିଲେ। ୟୁନିୟନର ସଭାପତି ବି.ସି ଡେକାକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିଟୁର ଉପସଭାପତି ଜନାର୍ଦନ ପତି ଉଦଘାଟନ କରି କହିଲେ ଯେ ଡାକ ବିଭାଗରେ ହଜାର ହଜାର କର୍ମଚାରୀ ଖାଲି ପଡିଛି। କେନ୍ଦ୍ରୀୟ ଦରମା ହାରରେ ରହିଥିବା ଅସଂଗତି ଦୂର ହେବା ଆବଶ୍ୟକ। ଡାକ ସେବା ଘରୋଇ କରଣକୁ ପ୍ରସୟ ଦିଆଯିବ ନାହିଁ। କେନ୍ଦ୍ର ସରକାର କର୍ମଚାରୀ ଓ ଶ୍ରମିକ ବିରୋଧୀ ବୋଲି ସେ ଅଭିଯୋଗ କରିଥିଲେ। ଓଡିଶା କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ସାଧାରଣ ସଂପାଦକ ରବୀନ୍ଦ୍ର ନାଥ ଧଳ ଓ ଉମାଶଙ୍କର ଚକ୍ରବତୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜାତୀୟ ମହାସଚିବ ଆରଏନ ପରାସର କର୍ମଚାରୀଙ୍କର ବିଭିନ୍ନ ଦାବି ଓ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସଂଗଠନର ସଂପାଦକ କିଶୋର ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଶତାଧିକ କର୍ମଚାରୀ ଏହି ଜାତୀୟ କାର୍ଯ୍ୟକାରିଣୀରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *